
ବଣାଇ(ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅର୍ନ୍ତଗତ ମାଲଦା ଗ୍ରାମପଞ୍ଚାୟତର ଗନୁଆ ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ପିଟି ପିଟି ମାରିଦେବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଏପରି ଘଟିଥିବା କୁହାଯାଉଛି।
ମୃତକମାନେ ହେଲେ ପ୍ରଦୀପ ପେଣ୍ଠଇ ଓ ତାଙ୍କ ସ୍ତ୍ରୀ ରେବତୀ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ପ୍ରଦୀପ ଉତ୍ତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ରେବତୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ତା’ ପରେ ସେ ଶୋଇ ପଡିଥିଲେ। ଆଜି ସକାଳେ ପ୍ରଦୀପ ତାଙ୍କ ସ୍ତ୍ରୀକୁ ମାରିଦେଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଏନେଇ କୋଇଡ଼ା ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରଦୀପ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିଲେ।
ପୁଲିସ ଦୁଇଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପ୍ରଦୀପ ଓ ରେବତୀଙ୍କର ତିନୋଟି ଛୁଆ ଥିବା ଜଣାପଡ଼ିଛି।
from Odisha Reporter https://ift.tt/2TQZzrP
No comments:
Post a Comment