
ନୂଆଦିଲ୍ଲୀ: ଆଗାମୀ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ କେଉଁ ଖେଳାଳି ସ୍ଥାନ ପାଇବେ, ତାହା ସୋମବାର ଅପରାହ୍ଣ ୩ଟା ବେଳେ ସ୍ପଷ୍ଟ ହୋଇଯିବ। ବିସିସିଆଇ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ସୋମବାର ଅପରାହ୍ଣ ୩ଟା ବେଳେ ପ୍ରେସ କନଫରେନ୍ସ ଦ୍ୱାରା ଖେଳାଳିଙ୍କ ନାମ ଘୋଷଣା କରାଯିବ।
ବିସିସିଆଇ ସିନିୟର ଚୟନକମିଟି ଏହି କନଫରେନ୍ସ ପୂର୍ବରୁ ମୁମ୍ବାଇରେ ଏକ ବୈଠକ କରିବ, ଯେଉଁଥିରେ ର୍ଚନ ହେବାକୁଥିବା ଖେଳାଳିମାନଙ୍କ ଉପରେ ଆଲୋଚନା ହେବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବୈଠକ ପରେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପ୍ରେସ କନଫରେନ୍ସରେ ଭାଗ ନେବେନି।
ପ୍ରାୟତଃ ଭାରତୀୟ ଟିମର ପ୍ରତି ଗସ୍ତ ପୂର୍ବରୁ ଟିମ୍ ଚୟନ ପରେ ଭାରତୀୟ ଅଧିନାୟକ ଓ କୋଚ୍ ପ୍ରେସ କନଫରେନ୍ସ କରନ୍ତି। ୱାର୍ଲ୍ଡ କପ୍ ପାଇଁ ଭାରତର ୧୫ଜଣିଆ ଦଳ ପ୍ରାୟତଃ ବଛାଯାଇସାରିଛି। କେବଳ ଦୁଇ-ତିନୋଟି ସ୍ଥାନ ସ୍ଥିର ହୋଇନାହିଁ। ତେବେ ଏସବୁ ଚିତ୍ର ଏପ୍ରିଲ ୧୫ ତାରିଖରେ ସ୍ପଷ୍ଟ ହୋଇଯିବ।
ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ, ଦିନେଶ କାର୍ତ୍ତିକ ଓ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଚୟନକୁ ନେଇ ଚୟନକମିଟିକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବିସିସିଆଇ ସମ୍ପାଦକ ଅମିତାଭ ଚୌଧୁରୀ ଓ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ପ୍ରେସ୍ କନଫରେନ୍ସ ଦ୍ୱାରା ଟିମ ଚୟନ ସମ୍ବୋଧିତ କରିବେ।
ସୂଚନାଯୋଗ୍ୟ, ଆଇସିସି ପୁରୁଷ ବିଶ୍ୱକପ୍ ମେ’ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଆୟୋଜିତ ହେବ। ଏଥର ବିଶ୍ୱକପ୍ ରାଉଣ୍ଡ ରବିନ୍ ଫର୍ମାଟରେ ଖେଳାଯିବ। ଅର୍ଥାତ୍ ୧୦ଟି ଯାକ ଟିମ୍ ପରସ୍ପର ବିରୋଧରେ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ଏହା ପରେ ତାଲିକାର ଶୀର୍ଷ ୪ଟି ସ୍ଥାନରେ ଥିବା ଟିମକୁ ନେଇ ସେମିଫାଇନାଲ ଅନୁଷ୍ଠିତ ହେବ। ଜୁନ୍ ୫ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଖେଳିବ।
from Odisha Reporter http://bit.ly/2v4neLo
No comments:
Post a Comment