
ଲକ୍ଷ୍ନୌ: ସାଧାରଣ ନିର୍ବାଚନ ସମୟରେ ରାଜନୀତିକୁ ଫେରିଛି ‘ବଜରଙ୍ଗବାଲୀ’ ପ୍ରସଙ୍ଗ। ପୂର୍ବରୁ ବଜରଙ୍ଗବାଲୀଙ୍କ ଜାତି ଗୋତ୍ର ବାବଦରେ ଖୁବ୍ ଚର୍ଚ୍ଚା ଚାଲିବା ପରେ ଏବେ ବଜରଙ୍ଗବାଲୀ କାହାର, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଏଥିରେ ଆଉ ପାଦେ ଆଗେଇ ଯାଇ କହିଛନ୍ତି ଉଭୟ ଅଲୀ ଏବଂ ବଜରଙ୍ଗବାଲୀ ଆମର। ସେ ଆହୁରି ମଧ୍ୟ ଉଭୟ ବିଜେପି ଏବଂ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, ଉଭୟ ଦଳ ଖାଲି ମିଛ ପ୍ରତିଶ୍ରୁତି ଦେଇ ଭୋଟ୍ ହାତେଇବାରେ ବ୍ୟସ୍ତ।
ଆଜି ମାୟାବତୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଜରଙ୍ଗବାଲୀ’ ମନ୍ତବ୍ୟ ବାବଦରେ ଉତ୍ତର ରଖି କହିଛନ୍ତି, “ଅଲୀ ମଧ୍ୟ ଆମର, ବଜରଙ୍ଗବାଲୀ ମଧ୍ୟ ଆମର। ଆମେ ଉଭୟଙ୍କୁ ଚାହୁଁ। ବିଶେଷ କରି ଦ୍ୱିତୀୟଟିକୁ ଆମେ ବେଶୀ ଚାହିଁବୁ କାରଣ ସେ ଦଳିତ ବର୍ଗର। ଯୋଗୀ ଆଦିତ୍ୟନାଥ ପୂର୍ବରୁ ମଧ୍ୟ କହିସାରିଛନ୍ତି ବଜରଙ୍ଗବାଲୀ ବନବାସୀ ଏବଂ ଦଳିତ।” ମାୟାବତୀ ଆହୁରି ମଧ୍ୟ କହିଛନ୍ତି, ନମୋ ନମୋ କହୁଥିବା ଲୋକେ ଏବେ ପଛକୁ ଚାଲିଛନ୍ତି ଏବଂ ଜୟ ଭୀମ୍ କହୁଥିବା ଲୋକେ ଆଗକୁ ଆସୁଛନ୍ତି।
ଉତ୍ତରପ୍ରଦେଶରେ ଵଦାଉଁ ଠାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସହିତ ଗୋଟିଏ ମଞ୍ଚରେ ଯୋଗଦେଇ କହିଥିଲେ ଲୋକମାନେ ବିଜେପି ଏବଂ କଂଗ୍ରେସର ମିଛ ପ୍ରତିଶ୍ରୁତିରେ ଭାସିଯିବା ଉଚିତ ନୁହେଁ। ମାୟାବତୀ ଏବଂ ଅଖିଲେଶ ଏଥର ଉତ୍ତରପ୍ରଦେଶରେ ମେଣ୍ଟ କରିଛନ୍ତି। ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାର ଅଛି।
from Odisha Reporter http://bit.ly/2UA8SBt
No comments:
Post a Comment