ଜାଲିଆନାୱାଲାବାଗ୍‌ ଗଣହତ୍ୟାର ଖୁଲାସା କରିଥିଲେ ଏହି ‍‍ବ୍ରିଟିଶ୍‌ ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଜାଲିଆନାୱାଲାବାଗ୍‌ ଗଣହତ୍ୟାର ଖୁଲାସା କରିଥିଲେ ଏହି ‍‍ବ୍ରିଟିଶ୍‌ ସାମ୍ବାଦିକ

ନୂଆଦିଲ୍ଲୀ:ଜୀବନକୁ ପାଣି ଛଡ଼ାଇ କିଛି ଲୋକ ଏଭଳି ଖବର ଛାପିଛନ୍ତି ଯାହା ଅନେକ ରହସ୍ୟ ଓ ଜଘନ୍ୟ ଘଟଣା ଉପରୁ ପରଦା ଉଠାଇଛି ଏବଂ ପରପିଢ଼ି ସେସବୁର ଭୟାବହତା ବିଷୟରେ ଜାଣିପାରିଛନ୍ତି। ଜାଲିଆନାୱାଲାବାଗ୍‌ ଗଣହତ୍ୟା ଘଟଣା ସେମଧ୍ୟରୁ ଅନ୍ୟତମ। ଏହି ଘଟଣାକୁ ସାମ୍ନାକୁ ଆଣିବାର ସାହସ ଦେଖାଇଥିଲେ ବମ୍ବେ କ୍ରୋନିକଲ୍‌ର ସମ୍ପାଦକ ତଥା ବ୍ରିଟିଶ୍‌ ସାମ୍ବାଦିକ ବେଞ୍ଜାମିନ୍‌ ଗୟ ହର୍ଣ୍ଣିମାନ୍‌।

ପଞ୍ଜାବର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜେନେରାଲ ଡାୟର ପୂରା ପଞ୍ଜାବରେ ଗଣମାଧ୍ୟମ ଉପରେ କଟକଣା ଲଗାଇଦେଇଥିଲେ। କିନ୍ତୁ ବ୍ରିଟିଶ୍ ନାଗରିକ ହୋଇ ମଧ୍ୟ କର୍ତ୍ତବ୍ୟ ଆଗ ଭାବି ସେ ଜାଲିଆନାୱାଲାବାଗ୍‌ ବାବଦରେ ଏକ ଲେଖା ଛପାଇଥିଲେ। ଏହି ଖବର ପ୍ରକାଶିତ ହେବା ପରେ ବମ୍ବେ କ୍ରୋନିକଲ୍‌ ସ୍ୱାଧୀନତା ଆନ୍ଦୋଳନର ସ୍ୱର ପାଲଟିଯାଇଥିଲା। ଏହି ଲେଖା ଲେଖିଥିବା ରିପୋର୍ଟରଙ୍କ ନାମରେ ମାମଲା ଚାଲିଲା ଏବଂ ସେ ୨ ବର୍ଷ ଜେଲ ମଧ୍ୟ ଯାଇଥିଲେ। ଖବରକାଗଜର ପ୍ରକାଶନ ବନ୍ଦ କରି ଦିଅଯାଇଥିଲା ଏବଂ ହର୍ଣ୍ଣିମାନ୍‌ଙ୍କୁ ବ୍ରିଟେନ୍‌ ପଠାଇଦିଆଯାଇଥିଲା।

ସେ ଏତିକିରେ ଚୁପ୍‌ ବସିନଥିଲେ। ସେ ଭାରତରୁ ଲୁଚେଇ କରି ଜାଲିଆନାୱାଲା ଗଣହତ୍ୟାର ବହୁତ ଗୁଡ଼ିଏ ଫଟୋଗ୍ରାଫ୍‌ ନେଇ ଆସିଥିଲେ ଏବଂ ଏସବୁକୁ ବ୍ରିଟେନ୍‌ର ‘ଡେଲି ହେରାଲ୍ଡ’ରେ ଛପାଇଥିଲେ। ଜେନେରାଲ ଡାୟର ଏହି ଘଟଣାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଉଥିଲେ ହେଁ ଏହି ଅତ୍ୟାଚାରର ଭୟାବହତା ବାବଦରେ କେହି ଜାଣିନଥିଲେ। ତେଣୁ ହର୍ଣ୍ଣିମାନ୍‌ ବ୍ରିଟେନ୍‌ର ଲୋକମାନଙ୍କୁ ଏଭଳି ଵୀଭତ୍ସ ଗଣହତ୍ୟା ବିଷୟରେ ଜଣାଇବା ଉଚିତ ମନେ କରିଥିଲେ। ସେ ୧୯୨୦ ମସିହାରେ ପ୍ରକାଶିତ ତାଙ୍କର ବହି ‘ଅମୃତସର ଆଣ୍ଡ ଆୱାର ଡ୍ୟୁଟି ଟୁ ଇଣ୍ଡିଆ’ରେ ଜେନେରାଲ ଡାୟରଙ୍କ ଅତ୍ୟାଚାର ବାବଦରେ ଖୁଲାସା କରିଥିଲେ।

ସେ ଲେଖିଥିଲେ, “ଜେନେରାଲ ଡାୟର ଯାହା କରିଥିଲେ ତାହା ଅତ୍ୟନ୍ତ ନୃଶଂସ ଓ ଆସୁରିକ। ସେ ନିରସ୍ତ୍ର ଜନତାଙ୍କ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେଏବଂ ଆଖିବୁଜା ଗୁଳି ଚଳାଇବା ପୂର୍ବରୁ ସେମାନଙ୍କୁ କୌଣସି ଚେତାବନୀ ମଧ୍ୟ ଦିଆଯାଇନଥିଲା। ଗୁଳିଗୋଳା ସରିବା ଯାଏ ଆକ୍ରମଣ ଚାଲୁ ରହିଥିଲା ଏବଂ ମୃତାହତମାନଙ୍କୁ ସେମିତି ପଡ଼ିରହିବାକୁ ଦିଆଯାଇଥିଲା।”

କୁହାଯାଏ ଏହା ପରଠାରୁ ଏହି ବ୍ରିଟିଶ୍‌ ଶାସନର ପତନର ଅବଗଣନା ଆରମ୍ଭ ହୋଇଯାଇଥିଲା। ସାମ୍ବାଦିକ ହର୍ଣ୍ଣିମାନ୍‌ଙ୍କୁ ଭାରତର ବନ୍ଧୁ ବୋଲି କୁହାଯାଉଥିଲା। ଅର୍ଥନୀତି ପ୍ରଫେସର ତଥା ବିପ୍ଲବୀ ଭଗତ ସିଂହଙ୍କ ପୁତୁରା ଜଗମୋହନ ସିଂହ କୁହନ୍ତି, ସେ ଭାରତରେ ସାମ୍ବାଦିକତା କ୍ଷେତ୍ରରେ ଏକ ବିରାଟ ଉଦାହରଣ। ଯଦିଓ ସେ ଜଣେ ବ୍ରିଟିଶର ଥିଲେ, ସେ ଜାଲିଆନାୱାଲାବାଗ୍‌ ନରହତ୍ୟାର ଖୁଲାସା କରିଥିଲେ। ଆମେ ଯେତେବେଳେ ସେ ନରସଂହାରର ସ୍ମୃତିଚାରଣ କରୁଛେ ହର୍ଣ୍ଣିମାନ୍‌ଙ୍କ ପ୍ରତି ମଧ୍ୟ ଆମେ ଶ୍ରଦ୍ଧାଞ୍ଜଳି ଜଣାଇବା ଆବଶ୍ୟକ।



from Odisha Reporter http://bit.ly/2XaXvwD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages