ପାଣ୍ଡିଆନ ଓ ଆଶିଷ ସିଂହଙ୍କ ବିଜେଡି ସହ ସମ୍ପୃକ୍ତିର ତଦନ୍ତ ଦାବି କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ପାଣ୍ଡିଆନ ଓ ଆଶିଷ ସିଂହଙ୍କ ବିଜେଡି ସହ ସମ୍ପୃକ୍ତିର ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ତାଙ୍କ ଟିମ୍ ଏବେ ସରକାରୀ କାର୍ଯ୍ୟ ଛାଡି ବିଜେଡି ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ଏହି ଟିମ୍ ବାଧକ ସାଜୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିସାରିଛି।

ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପାଣ୍ଡିଆନ ଓ ତାଙ୍କ ସରକାରୀ ଟିମ୍ ଏବେ ବିଜେଡି ପାଇଁ ଯେଭଳି କାର୍ଯ୍ୟ କରୁଛନ୍ତି ତାହା ରାଜ୍ୟରେ ନିରପେକ୍ଷ ନିର୍ବାଚନ ପରିଚାଳନାରେ ପ୍ରତିବନ୍ଧକ ସାଜୁଛି। ମୁଖ୍ୟମନ୍ତ୍ରୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ପାଣ୍ଡିଆନ ପ୍ରଭେଦ ଜାଣିପାରୁନାହାନ୍ତି ବୋଲି କହିଛନ୍ତି।

ଖାଲି ସେତିକି ନୁହେଁ, ଭିକେ ପାଣ୍ଡିଆନ ଖଣି ମାଫିଆ, ଦୁର୍ନୀତିଗସ୍ତ ଲୋକ, ଠିକାଦାର ଏବଂ କର୍ପୋରେଟ ସେକ୍ଟରରୁ ଚାନ୍ଦା ଆଦାୟ କରିଛନ୍ତି। ଏହି ଟଙ୍କା ସବୁ ବିଜେଡିର ନିର୍ବାଚନ ପାଇଁ ଖର୍ଚ୍ଚ ହେଉଛି। ବିଜେଡିର ଟିକେଟ୍ ଫାଇନାଲ କରିବାର ମୁଖ୍ୟ ଭୂମିକା ପାଣ୍ଡିଆନଙ୍କର ରହିଛି। ଏବେ ପାଣ୍ଡିଆନ ଜିଲ୍ଲାପାଳ, ଏସପି, ଡିଆଇଜି, ଆରଡିସି, ତହସିଲଦାର, ବିଡିଓ, ସିଡିପିଓ ଏବଂ ଅନ୍ୟ ସରକାରୀ ଅଫିସରମାନଙ୍କୁ ଧମକ ଦେବା ସହ ସରକାରୀ କାର୍ଯ୍ୟ ଛାଡ଼ି ବିଜେଡି ଦଳ ପାଇଁ କାର୍ଯ୍ୟ କରିବାକୁ କହୁଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ପାଣ୍ଡିଆନ ଏବେ ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ବିଜେଡି ଦଳକୁ ଜିତାଇବା ପାଇଁ କାର୍ଯ୍ୟ କରିବାକୁ ସରକାରୀ କର୍ମଚାରୀମାନଙ୍କୁ ଧମକ ଦେଇଛନ୍ତି। ବିଜେଡି ଦଳ ବିଜୟୀ ହେଲେ ସମ୍ପୃକ୍ତ ଅଫିସରମାନଙ୍କୁ ପୁରସ୍କାର ଦେବା ସହ ପଦୋନ୍ନତି ଦିଆଯିବ ବୋଲି କୁହାଯାଇଛି। ସେହିପରି ବିଜେଡି ଦଳକୁ ଜିତାଇବା ପାଇଁ ପାଣ୍ଡିଆନ ଏସଏଚଜି ବା ସ୍ୱୟଂ ସହାୟକ ଗ୍ରୁପଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସିଡିପିଓଙ୍କ ନିର୍ଦ୍ଦେଶରେ ଏସଏଚଜି ଗ୍ରୁପର ମେମ୍ବର ମାନଙ୍କୁ ଟଙ୍କା, ଶାଢ଼ୀ ଓ ଗହଣା ବଣ୍ଟାଯାଉଛି। ଜଣେ ସରକାରୀ ଅଫିସର ହୋଇ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଥିବାରୁ ପାଣ୍ଡିଆନଙ୍କ ବିରୁଦ୍ଧରେ ଜନ ପ୍ରତିନିଧି ଆଇନ-୧୯୫୧ର ଧାରା ଧାରା ୧୨୯ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରୁଛି।

କେବଳ ପାଣ୍ଡିଆନ ନୁହନ୍ତି, ଗୁଇନ୍ଦା ବିଭାଗର ଡିଆଇଜି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ୱରେ ଥିବା ଆଶିଷ ସିଂହ ମଧ୍ୟ ବିଜେଡି ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ଶ୍ରୀ ସିଂହ ଗଞ୍ଜାମ , ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବୌଦ୍ଧ ଓ କଳାହାଣ୍ଡି ପାଇଁ ପୁଲିସ ଅଫିସରମାନଙ୍କୁ ନିଯୁକ୍ତି ଦେଇ ଏହି ଜିଲ୍ଲା ଗୁଡିକରେ ବିଜେଡିକୁ ଜିତାଇବା ପାଇଁ ସଂପୃକ୍ତ ପୁଲିସ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ରହ୍ମପୁର ସାଇବର ସେଲର ପୁଲିସ୍ ଇନ୍ସପେକ୍ଟର ସୁରେଶ ତ୍ରିପାଠୀ ଓ ଏଏସଆଇ ରବୀନ୍ଦ୍ର ନାଥ ସାମନ୍ତରାୟଙ୍କ ଭଳି ବିଜେଡି ପ୍ରତି ଆନୁଗତ୍ୟ ଥିବା ଅନେକ ପୁଲିସ ଅଫିସରଙ୍କୁ ଶ୍ରୀ ସିଂହ ଏହି ସମସ୍ତ ଜିଲ୍ଲାକୁ ପଠାଇଛନ୍ତି। ଏହା ମଧ୍ୟ ଆଚରଣ ବିଧିର ଉଲ୍ଲଘଂନ। ସେହିପରି ବିଜେଡିକୁ ଭୋଟ ଦେବା ପାଇଁ ନବରଙ୍ଗପୁର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ଭୋଟର ମାନଙ୍କୁ ଟଙ୍କା ଲାଞ୍ଚ ଦେଇଛନ୍ତି। କାର୍ଯ୍ୟ ସରିନଥିବାବେଳେ କଣ୍ଟ୍ର୍ରାକ୍ଟରମାନଙ୍କୁ ସମସ୍ତ ଅର୍ଥ ପ୍ରଦାନ କରିଛନ୍ତି। କଣ୍ଟ୍ର୍ରାକ୍ଟରମାନେ ଏହି ଅର୍ଥ ସାଧାରଣ ଲୋକଙ୍କୁ ବାଣ୍ଟି ବିଜେଡି ପାଇଁ ଭୋଟ ହାତେଇବେ। ସରକାରୀ ଅଫିସର ହୋଇ ଏଭଳି ଅପରାଧିକ କାର୍ଯ୍ୟ କରିବା ଦ୍ୱାରା ଆଦର୍ଶ ଆଚରଣ ବିଧିର ଗୁରୁତର ଉଲ୍ଲଘଂନ ହୋଇଛି। ଏହି ଘଟଣାର ତଦନ୍ତ କରିବା ସହ ଦୋଷୀମାନଙ୍କ ବିରୁଦ୍ଧରେ ବିଜେପି ପ୍ରତିନିଧି ଦଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଜୀବନ ସାହୁ, ନିର୍ବାଚନ ପ୍ରକୋଷ୍ଠ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2K6xahC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages