ଫିଲ୍ମର ନାଁ ‘ବିଜୁ ବାବୁ’, ହେଲେ ନାହିଁ ପ୍ରବାଦ ପୁରୁଷଙ୍କ ଜୀବନୀ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଫିଲ୍ମର ନାଁ ‘ବିଜୁ ବାବୁ’, ହେଲେ ନାହିଁ ପ୍ରବାଦ ପୁରୁଷଙ୍କ ଜୀବନୀ କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁ’ରେ ହୋଇଛି ଫିଲ୍ମ। ନାଁ ରହିଛି ‘ବିଜୁ ବାବୁ’। ପୋଷ୍ଟରରେ ମଧ୍ୟ ରହିଛି ବିଜୁ ବାବୁଙ୍କ ଫଟୋ। ହେଲେ ଫିଲ୍ମରେ କିନ୍ତୁ ଜମାରୁ ନାହିଁ ପ୍ରବାଦ ପୁରୁଷଙ୍କ ଜୀବନୀ କି ଆଦର୍ଶ ଉପରେ ଗୋଟିଏ ବି ଦୃଶ୍ୟ। ଯେଉଁ ଦର୍ଶକ ବିଜୁବାବୁଙ୍କ ନାଁ ଶୁଣି ଆଗ୍ରହରେ ସିନେମା ଦେଖିବାକୁ ଯାଉଛନ୍ତି, ଶୋ’ ଶେଷରେ ବାହାରକୁ ଆସି ଗର ଗର ହେଉଛନ୍ତି।

ନିର୍ବାଚନର ଠିକ ପୂର୍ବରୁ ଉତ୍କଳ ଦିବସ ଆଗରୁ ଫିଲ୍ମକୁ ରିଲିଜ୍ କରି ଓଡ଼ିଆ ଦର୍ଶକଙ୍କ ପ୍ରଶଂସା ସାଉଁଟିବାକୁ ନିର୍ମାଣକାରୀ ସଂସ୍ଥା ଯେଉଁ ଉଦ୍ୟମ କରିଥିଲା, ତାହା ଏକ ପ୍ରକାର ଫେଲ୍ ମାରିଛି କହିଲେ ଚଳେ। କାରଣ ଏକଥା ଜଳଜଳ ପ୍ରମାଣିତ କରୁଛି ଦର୍ଶକଙ୍କ ଅସନ୍ତୋଷରୁ। ଏମିତିକି ଫିଲ୍ମର ହିରୋ ଭୂମିକାରେ ଥିବା ଅଭିନେତା ଅନୁଭବ ମହାନ୍ତି, ଏବେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ଏଥିରେ ରାଜନୈତିକ ଗନ୍ଧ ମଧ୍ୟ ବାରୁଛନ୍ତି ଦର୍ଶକ। ତେବେ ରିଲିଜ୍ ଦିନ ଅଭିନେତା ଅନୁଭବ କହିଥିଲେ, ଫିଲ୍ମର ରାଜନୀତି ସହିତ କୌଣସି ସଂପର୍କ ନାହିଁ।

ଗତ ମାର୍ଚ୍ଚ ୨୯ ତାରିଖରେ ରିଲିଜ୍ ହୋଇଥିଲା ବିଗ୍ ବଜେଟର ଫିଲ୍ମ ‘ବିଜୁ ବାବୁ’। ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କର ଏହା ଥିଲା ପ୍ରଥମ ଓଡ଼ିଆ ଫିଲ୍ମ। ରାଜଧାନୀ ସମେତ ରାଜ୍ୟର ଅନେକ ହଲ୍‌ରେ ପ୍ରଦର୍ଶିତ ହେଉଛି ଏହି ଫିଲ୍ମ। ହେଲେ ହଲ୍ ଗୁଡ଼ିକ କିନ୍ତୁ ଖାଁ ଖାଁ ଲାଗୁଛି। କେଉଁଠି ଶୋ’ରେ ହାତଗଣତି ୨୦ ଜଣ ଦର୍ଶକ ତ ପୁଣି କେଉଁଠି ମାତ୍ର ୩୦ ଜଣ ଦର୍ଶକ ଟିକେଟ୍ କାଟୁଛନ୍ତି। ଏମିତିକି ଏପ୍ରିଲ ୧ ତାରିଖରେ ରାଜଧାନୀର ଏକ ହଲ୍‌ରେ ଫିଲ୍ମ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦର୍ଶକଙ୍କୁ ୨ଟି ଶୋ’ ପୂରା ମାଗଣା ଦେଖାଇଥିଲା। ଯାହାକୁ ସ୍ୱୀକାର କରିଛନ୍ତି ଫିଲ୍ମ ହଲ୍‌ର ଜଣେ କର୍ମଚାରୀ।

ସେପଟେ ରାଜନୀତିକ ସଂଗଠନ କଳିଙ୍ଗ ସେନା ମଧ୍ୟ ଏନେଇ ଆପତ୍ତି ଉଠାଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ଭୋଟ ବେଳେ ବିଜୁ ବାବୁଙ୍କ ନାଁରେ ଏମିତି ସିନେମାକୁ ରାଜନୀତି ସମୀକ୍ଷକ ମଧ୍ୟ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।



from Odisha Reporter https://ift.tt/2UtPOUU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages