ସଭାରେ ଧମକ ଦେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ସଭାରେ ଧମକ ଦେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ସଭାରେ ଗ୍ରାମବାସୀଙ୍କୁ ମନ୍ତ୍ରୀ ତଥା ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଧମକାଇ ଥିବା ଅଭିଯୋଗ ହୋଇଛି। ମନ୍ତ୍ରୀ ସଭା ମଝିରେ ଜଣେ ବ୍ୟକ୍ତିଙ୍କୁ ଧମକ ଦେଉଥିବାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କର୍ଲାଜୁରୀ ଗାଁରେ ଏକ ସଭା ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ନିରଞ୍ଜନ। ସେ ଭାଷଣ ଦେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଜୋରରେ କିଛି କହିଥିଲେ। ଯାହାକୁ ନେଇ ନିରଞ୍ଜନ ଭୀଷଣ ରାଗିଯିବା ସହ ତାଙ୍କୁ ଧମକ ଚମକ ଦେବାକୁ ପଛାଇ ନଥିଲେ। ଉକ୍ତ ବ୍ୟକ୍ତିଙ୍କୁ ସେ ସଭା ଭଣ୍ଡୁର ଉଦ୍ୟମ କରୁଥିବା କହିବା ସହ ତାଙ୍କ ଶକ୍ତି ପ୍ରଦର୍ଶନ କଲେ ପରିସ୍ଥିତି ଠିକ୍ ହେବ ନାହିଁ ବୋଲି କହିଥିଲେ।

ତେବେ ଏହି ଭିଡିଓକୁ ନେଇ ନିରଞ୍ଜନ ପୂଜାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ଶୁଣନ୍ତୁ ପୂରା ଭିଡ଼ିଓ-



from Odisha Reporter https://ift.tt/2uJwhkG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages