
ଜିଆନ୍(ଚାଇନା): ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ର ଫ୍ରି-ଷ୍ଟାଇଲ୍ ଇଭେଣ୍ଟରେ ଭାରତକୁ ଦୁଇଟି ପଦକ ମିଳିଛି। ଭାରତର ଅମିତ ଧାନକର ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିବା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ରାହୁଲ ଅୱେରେଙ୍କୁ ବ୍ରୋଞ୍ଜ ପଦକ ମିଳିଛି।
୭୪ କେଜି ବର୍ଗରେ ଅମିତଙ୍କ ମୁକାବିଲା କାଜଖସ୍ତାନର ଡାନିୟାର କାଇସାନୋଭଙ୍କ ସହ ହୋଇଥିଲା। ତେବେ ଅମିତ ମ୍ୟାଚ୍ ଆରମ୍ଭରୁ ହିଁ ବ୍ୟାକ୍ଫୁଟ୍କୁ ଚାଲିଯାଇଥିଲେ। ଫଳରେ ଡାନିୟାର ଫାଇନାଲ୍ ମ୍ୟାଚ୍କୁ ୫-୦ରେ କବଜା କରିବା ସହ ସ୍ୱର୍ଣ୍ଣ ପଦକ ହାତେଇଥିଲେ। ହରିଆଣାର ୨୮ ବର୍ଷୀୟ ରେସଲର ଅମିତ ସେମି ଫାଇନାଲ୍ରେ ଜବରଦସ୍ତ ପ୍ରଦର୍ଶନ କରି ୫-୦ରେ ଜିତି ଫାଇନାଲରେ ପ୍ରବେଶ କରିଥିଲେ।
ଅନ୍ୟପକ୍ଷରେ ୬୧ କେଜି ଫ୍ରି-ଷ୍ଟାଇଲ ଇଭେଣ୍ଟର କ୍ୱାଟର ଫାଇନାଲ୍ରେ ରାହୁଲଙ୍କ ମୁକାବିଲା ଇରାନ୍ର ବେହେନାମଙ୍କ ସହ ହୋଇଥିଲା। ତେବେ ଏଥିରେ ରାହୁଲ ହାରି ଯାଇଥିଲେ। କିନ୍ତୁ ବେହେନାମ ସିଧାସଳଖ ଫାଇନାଲରେ ପ୍ରବେଶ କରିବାରୁ ରାହୁଲ ବ୍ରୋଞ୍ଜ ମେଡାଲ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ଏହି ପଦକ ପାଇଁ ତାଙ୍କର ମୁକାବିଲା ଥାଇଲ୍ୟାଣ୍ଡର ସିରିପୋଙ୍ଗଙ୍କ ସହ ହୋଇଥିଲା। ଯେଉଁଥିରେ ରାହୁଲ ଟେକ୍ନିକାଲ ଉତ୍କର୍ଷ ଯୋଗୁ ୧୨-୧ରେ ବାଜିମାତ କରିଥିଲେ।
from Odisha Reporter http://bit.ly/2vm0dnc
No comments:
Post a Comment