‘ବିଜେଡି ୧୯ ବର୍ଷରେ ଯାହା କରିଛି, ଆମେ ୫ ବର୍ଷରେ ତା’ର ୫ ଗୁଣା କରିବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

‘ବିଜେଡି ୧୯ ବର୍ଷରେ ଯାହା କରିଛି, ଆମେ ୫ ବର୍ଷରେ ତା’ର ୫ ଗୁଣା କରିବୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସରକାର ରାଜ୍ୟରେ ୧୯ ବର୍ଷ ଧରି ଶାସନ କରୁଛି। ଏହା ଭିତରେ ଓଡ଼ିଶାରେ ଯାହା ବିକାଶ ହୋଇଛି, ଆମେ ୫ ବର୍ଷରେ ତା’ର ୫ ଗୁଣା କାମ କରିବୁ। ବିପଦ ବେଳେ ଓଡ଼ିଶାକୁ କେହି ନେତା ଦିଲ୍ଲୀରୁ ଆସୁନଥିବା ସଂପର୍କୀତ ଖବର କାଗଜ ବିଜ୍ଞାପନକୁ ନେଇ, ସାମାଜିକ ଗଣମାଧ୍ୟମରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଏହିପରି ଭାଷାରେ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି- “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ମିଛ ଛଡା କୌଣସି ପ୍ରସଙ୍ଗ ନାହିଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପରିବର୍ତ୍ତନ ନାଁ ଶୁଣିଲେ ଚିହିଁକି ଉଠୁଛନ୍ତି। ଆଉ ନିର୍ବାଚନୀ ପ୍ରଚାରରେ ରାଜ୍ୟବାସୀଙ୍କୁ ମିଛ କହୁଛନ୍ତି। ନିର୍ବାଚନ ଜିତିବା ପାଇଁ ସେ ହିଂସା ଓ ମିଛକୁ ଆୟୁଧ କରିଛନ୍ତି।”

ଓଡ଼ିଶାର ବିପଦ ବେଳେ ଦିଲ୍ଲୀ ନେତାମାନେ କେଉଁଆଡେ ଯାଇଥିଲେ ବୋଲି ନବୀନଙ୍କ କଟାକ୍ଷକୁ ନେଇ ଶ୍ରୀ ପ୍ରଧାନ କହିଛନ୍ତି- “ଓଡ଼ିଶାର ବିପଦ ବେଳେ ବିଜେପି ଠିଆ ନହେବା ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ସତ୍ୟକୁ ଆଖିଠାର ପରି। କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବରଗଡ଼ର ବିକାଶ ପାଇଁ ଯାଇଥିବା ବେଳେ ମହିଳା ମନ୍ତ୍ରୀଙ୍କ ଉପସ୍ଥିତିରେ କିଏ ତାଙ୍କୁ ଟେକା ଓ ପଥର ମାଡ଼ କରିଥିଲା? ଚକଡା ପୋକରେ କ୍ଷତିଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁଙ୍କ ଘରେ କେନ୍ଦ୍ର କୃଷିମନ୍ତ୍ରୀ ପହଞ୍ଚିଥିବା ବେଳେ ମୁଖ୍ୟମନ୍ତ୍ରୀ କେଉଁଠି ଥିଲେ? ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ବିକାଶମୂଳକ କାମରେ ସାଙ୍ଗରେ ନେଇ ଯାଇଛନ୍ତି। ରାଉରକେଲା, ତାଳଚେର ଓ ଭୁବନେଶ୍ୱର ଆଦି ସ୍ଥାନରେ ହୋଇଥିବା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସଙ୍ଗରେ ନେଇ ଯାଇଥିଲେ। ଏ କଥା ମୁଖ୍ୟମନ୍ତ୍ରୀ ଭୁଲି ଯାଇଛନ୍ତି ନା ମିଛ କହୁଛନ୍ତି?”

ସେ ଆହୁରି କହିଛନ୍ତି- “କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ନକ୍ସଲ ସମସ୍ୟାର ସମୀକ୍ଷା ପାଇଁ କୋରାପୁଟ ଆସିଥିଲେ। ହେଲେ ମୁଖ୍ୟମନ୍ତ୍ରୀ କୋରାପୁଟର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗୋଟିଏ ରାତି ବିତେଇ ନାହାନ୍ତି। ନିଜ ବିଭାଗର ବିକାଶ କାମ କରିବା ପାଇଁ କେଉଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ଆସିନାହାନ୍ତି? ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ। ଖଣିଖାଦାନର ସମସ୍ୟା ବୁଝିବା ପାଇଁ ବିଭାଗୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବିଦ୍ୟୁତ ବିଭାଗର କଥା ବୁଝିବା ପାଇଁ ପିୟୂଷ ଗୋଏଲ କିମ୍ୱା ପରବର୍ତ୍ତୀ ସମୟରେ ଆର.କେ ସିଂହ, ଉମା ଭାରତୀ, ନୀତିନ ଗଡକରୀ ଓଡ଼ିଶାକୁ ଆସିନଥିଲେ କି?”

ଧର୍ମେନ୍ଦ୍ର କହିଛନ୍ତି- “କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ନବକଳେବର ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ପିପିଲିରେ ସଭା କରିଥିଲେ। ଏହି ସବୁ କଥାକୁ ମୁଖ୍ୟମନ୍ତ୍ରୀ ଭଲି ଯାଉଛନ୍ତିା ବିକାଶ ପାଇଁ ଏହି ସଭା ହୋଇଥିଲା, ରାଜନୀତି ପାଇଁ ନୁହେଁ।”



from Odisha Reporter http://bit.ly/2GE1nku

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages