
ଝାରସୁଗୁଡ଼ା (ଭାଗିରଥୀ ସାହୁ): ଭଡ଼ା ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ। ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ କହୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ତାଙ୍କ ସ୍ୱାମୀ। ଏ ଘଟଣା ଘଟିଛି ଝାରସୁଗୁଡ଼ାରେ। ଏନେଇ ଅଭିଯୋଗ ହେବା ପରେ ଝାରସୁଗୁଡ଼ା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ରାଉରକେଲା ଅଞ୍ଚଳର ଆଦିତ୍ୟ ସାହୁ ଝାରସୁଗୁଡ଼ାରେ ଏକ ବ୍ୟାଙ୍କର ଆସିଷ୍ଟାଣ୍ଟ୍ ମ୍ୟାନେଜର ଭାବେ କାମ କରନ୍ତି। ଗତ ଜାନୁଆରୀ ୨୩ ତାରିଖରେ ସେ ବରଗଡ଼ର ମହାନ୍ତିପଡ଼ାର ସିଦ୍ଧାର୍ଥ ସାହୁଙ୍କ ଝିଅ ଆଦିତ୍ୟା ଐଶ୍ୱର୍ଯ୍ୟାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ।
ମାଲେସିଆରୁ ହନିମୁନ୍ରୁ ଫେରିବା ପରେ ଉଭୟେ ଝାରସୁଗୁଡ଼ା ପଳାଇ ଆସିଥିଲେ। ଏଠାରେ ଝଣ୍ଡାଛକରେ ସେମାନେ ଏକ ଭଡ଼ା ଘରେ ରହୁଥିଲେ। ତେବେ ଗତକାଲି ପୁଲିସ୍ ଏହି ଘରୁ ଆଦିତ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା।
ଐଶ୍ୱର୍ଯ୍ୟାଙ୍କ ମାମୁ ତନ୍ମୟ ସାହୁ କହିଛନ୍ତି-“ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ତେବେ ଅଧିକ ଯୌତୁକ ପାଇଁ ମୋ ଭାଣିଜୀଙ୍କୁ ତାଙ୍କ ଶାଶୂ ଘର ଲୋକେ ମାନସିକ ନିର୍ଯାତନା ଦେଉଥିଲେ। କଥା କଥାରେ ଛାଡ଼ପତ୍ର କରିଦେବାକୁ ଧମକ ଦେଉଥିଲେ। ତେଣୁ ଆମର ସନ୍ଦେହ ହେଉଛି ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଛି।”
from Odisha Reporter http://bit.ly/2UDlFOS
No comments:
Post a Comment