ପୁଣି ଭାରତ ପାଇଁ ଖେଳିବାକୁ ହରଭଜନଙ୍କ ଇଚ୍ଛା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ପୁଣି ଭାରତ ପାଇଁ ଖେଳିବାକୁ ହରଭଜନଙ୍କ ଇଚ୍ଛା

ନୂଆଦିଲ୍ଲୀ: ଖରାପ ଫର୍ମ ପାଇଁ ଟିମ୍‌ ଇଣ୍ଡିଆର ଜାତୀୟ ଦଳକୁ ବାରମ୍ବାର ବାଦ୍‌ ପଡ଼ିଥିବା ହରଭଜନ ସିଂହ ଚଳିତ ଆଇପିଏଲ୍‌ରେ ଜବରଦସ୍ତ ଜଲୱା ଦେଖାଇଛନ୍ତି। ସେ ଏଥିର ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ପକ୍ଷରୁ ଖେଳୁଛନ୍ତି।

ଏପରି କି ଚେନ୍ନାଇର ୫ଟି ମ୍ୟାଚ୍‌ରୁ ହରଭଜନ ୩ଟିରେ ଖେଳିଥିବା ବେଳେ ଦୁଇଟିରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ପାଇଛନ୍ତି। ଏବେ ଏଭଳି ଫର୍ମରେ ଥିବା ହରଭଜନ ପୁଣିଥରେ ଟିମ୍‌ ଇଣ୍ଡିଆ ପାଇଁ ଖେଳିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି।

ହରଭଜନ କହିଛନ୍ତି, “ ଯଦି ମୋତେ ଏବେ ସୁଯୋଗ ମିଳିବ, ତା’ହେଲେ ମୁଁ ବେଶ ଆନନ୍ଦର ସହ ଭାରତ ପାଇଁ ପୁଣି ମ୍ୟାଚ୍‌ ଖେଳିବି। ମୁଁ ସର୍ବଦା ମୋ ଖେଳରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛି। ଏଥିପାଇଁ ଆବଶ୍ୟକ କଠିନ ପରିଶ୍ରମ ମଧ୍ୟ କରି ଚାଲିଛି। ଫଳ ସ୍ୱରୂପ ଆଇପିଏଲ୍‌ରେ ମୋ ପାଇଁ ସବୁ କିଛି ଠିକ୍‌ ଠାକ ଚାଲିଛି। କ୍ରିକେଟରେ ଅଭିଜ୍ଞତା ବେଶ ଗୁରୁତ୍ୱ ବହନ କରେ।”

୩୮ ବର୍ଷୀୟ ହରଭଜନ ଦୀର୍ଘ ୩ ବର୍ଷ ହେଲାଣି ଜାତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ତଥାପି ସେ କ୍ରିକେଟ୍‌ରୁ ଅବସର ଘୋଷଣା କରିନାହାନ୍ତି।



from Odisha Reporter http://bit.ly/2I5xPOy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages