
ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଓ ସାଇନା ନେହ୍ୱାଲଙ୍କ ବ୍ୟତୀତ କିଦାମ୍ବୀ ଶ୍ରୀକାନ୍ତ ଚୀନର ନାନିଙ୍ଗରେ ମେ’ ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ସୁଦୀରମାନ କପ୍ ମିକ୍ସଡ୍ ଟିମ୍ ଚାମ୍ପିଅନଶିପରେ ଭାରତର ନେତୃତ୍ୱ ନେବେ।
ଚାରିଥର ୱାର୍ଲ୍ଡ ଚାମ୍ପିଅନଶିପର ଚାରିଥରର ପଦକ ବିଜେତା ସିନ୍ଧୁ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ବେଳେ ସାଇନା ୨୦୧୨ରେ ଲଣ୍ଡନ୍ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ଜିତିଥିଲେ। ଶ୍ରୀକାନ୍ତ ବର୍ତ୍ତମାନ ୱାର୍ଲ୍ଡ ରାଙ୍କିଙ୍ଗରେ ଅଷ୍ଟମ ସ୍ଥାନରେ ଅଛନ୍ତି।
ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଅଷ୍ଟମ ସିଡ୍ ମାନ୍ୟତା ମିଳିଛି। ଭାରତକୁ କଷ୍ଟସାଧ୍ୟ ଗ୍ରୁପ୍-ଡି’ରେ ଆୟୋଜକ ଚୀନ ଓ ମ୍ୟାଲେସିୟା ସହ ରଖାଯାଇଛି। ନକଆଉଟରେ ସ୍ଥାନ ହାସଲ କରିବାକୁ ହେଲେ ଭାରତକୁ ଗ୍ରୁପ୍ ପର୍ଯ୍ୟାୟର ଶୀର୍ଷ ଦୁଇ ଟିମରେ ରହିବାକୁ ପଡ଼ିବ।
ଭାରତ ଗତବର୍ଷ ଗୋଲ୍ଡକୋଷ୍ଟରେ ମ୍ୟାଲେସିୟାକୁ ହରାଇ ରାଜ୍ୟଗୋଷ୍ଣୀ କ୍ରୀଡ଼ାର ମିକ୍ସଡ୍ ଟିମରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଭାରତ ୧୩ଜଣିଆ ଟିମରେ ଫର୍ମରେ ଥିବା ସମୀର ବର୍ମାଙ୍କ ବ୍ୟତୀତ ଆହତରୁ ପ୍ରତ୍ୟାବର୍ତ୍ତନ କରିଥିବା ସାତ୍ତ୍ୱିକସାଇରାଜ ରାଙ୍କୀରେଡ୍ଡିଙ୍କୁ ସାମିଲ୍ କରାଯାଇଛି।
ଭାରତୀୟ ଦଳ
ପୁରୁଷ: କିଦାମ୍ବୀ ଶ୍ରୀକାନ୍ତ, ସମୀର ବର୍ମା, ସାତ୍ତ୍ୱିକସାଇରାଜ ରାଙ୍କୀରେଡ୍ଡି, ଚିରାଗ ସେଟ୍ଟୀ, ମନୁ ଅଟ୍ଟ୍ରୀ, ବି. ସୁମିତ୍ କୁମାର ରେଡ୍ଡି, ପ୍ରଣବ ଜେରି ଚୋପ୍ରା।
ମହିଳା: ପିଭି ସିନ୍ଧୁ, ସାଇନା ନେହ୍ୱାଲ, ଅଶ୍ୱିନୀ ପୋନ୍ନାପ୍ପା, ଏନ୍ ସିକ୍କି ରେଡ୍ଡି, ପୂର୍ବିଶା ଏସ୍. ରାମ, ଜେ ମେଘେନା।
from Odisha Reporter http://bit.ly/2XUMIaj
No comments:
Post a Comment