ଏଥର ସହଜରେ ବିଶ୍ଵବ୍ଯାପୀ ମିଳିବ ଓଡ଼ିଆ ପୁସ୍ତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଏଥର ସହଜରେ ବିଶ୍ଵବ୍ଯାପୀ ମିଳିବ ଓଡ଼ିଆ ପୁସ୍ତକ

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ସାହିତ୍ଯ ତଥା ଭାରତର ଅନ୍ଯ ସମସ୍ତ ଭାଷାର ସୃଜନ ସମଗ୍ର ଏଥର ସାରା ବିଶ୍ଵରେ ସହଜରେ ପହଞ୍ଚି ପାରିବ। ଆମେରିକାରେ ବର୍ତ୍ତମାନ ପ୍ରାୟ ୫୦ ଲକ୍ଷ ଭାରତୀୟ ବାସ କରୁଥିବା ବେଳେ ସେମାନେ ସେଠାରେ ପର୍ଯ୍ଯାପ୍ତ ପରିମାଣରେ ଓଡ଼ିଆ ବହି ପାଇ ପାରୁନାହାନ୍ତି। ସେହିପରି ବିଦେଶରେ ମଧ୍ଯ ଅନ୍ଯ ଭାରତୀୟ ଭାଷାର ସାହିତ୍ଯ ମିଳିପାରୁନାହିଁ।

ଏହି ସମସ୍ଯାକୁ ଦୂର କରିବା ପାଇଁ ଏବେ ବ୍ଲାକ୍ ଇଗଲ୍ ବୁକ୍ସ୍ (www.blackeaglebooks.org) ନାମରେ ଏକ ୱେଇଟ୍ ଆରମ୍ଭ ହୋଇଛି। ଏହା ଏକ  ୱେବ୍‌ଭିତ୍ତିକ ପ୍ରକାଶନୀ ସଂସ୍ଥା ହୋଇଥିବା ବେଳେ ଏହା ମାଧ୍ଯମରେ ଯେଉଁ ପୁସ୍ତକ ପ୍ରକାଶ ପାଇବ ସେଥିରେ କୌଣସି ପୁସ୍ତକ ଆଉଟ୍ ଅଫ୍ ପ୍ରିଣ୍ଟ୍ ହେବ ନାହିଁ। ଗତ ୨୮ ତାରିଖରେ ଓଡ଼ାଶାର ରାଜ୍ଯପାଳ ମାନ୍ଯବର ଗଣେଶୀ ଲାଲ୍ ଏହି ୱେବ୍ସାଇଟ୍କୁ ଲୋକାର୍ପଣ କରିଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ଏହାର ନିର୍ଦ୍ଦେଶକ ସତ୍ଯ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ତଥା ବିଭିନ୍ନ ଭାରତୀୟ ଭାଷା ସାହିତ୍ଯକୁ ଆମେରିକା ଓ ଅନ୍ଯ ଦେଶମାନଙ୍କରେ ଉପଲବ୍ଧ କରିବା ହେଉଛି ଏହି ସଂସ୍ଥାର ମୂଳ ଲକ୍ଷ୍ଯ।ଏହି ଧାରାରେ ଚଳିତ ବର୍ଷ ଏପ୍ରିଲ୍ ପହିଲା(ଉତ୍କଳ ଦିବସ)ଠାରୁ ବ୍ଲାକ୍ ଇଗଲ୍ ବୁକ୍ସ ୱେବ୍ସାଇଟ୍ ଦ୍ବାରା ମୋଟ୍ ୧୦ଟି ପୁସ୍ତକ ପ୍ରକାଶ ପାଇଛି।

ଏଥିରେ ଡ. ପ୍ରତିଭା ରାୟଙ୍କ ଗଳ୍ପ ସଂକଳନ କେତକୀ ବନ, ଫନୀ ମହାନ୍ତିଙ୍କ ପ୍ରିୟତମା, ସୁରେନ୍ଦ୍ର ମିଶ୍ରଙ୍କ ପଥ ବହୁଦୂର, ମନୋଜ କୁମାର ପଣ୍ଡାଙ୍କ ମାୟାବଗିଚା, ଡ. ଗାୟତ୍ରୀବାଳା ପଣ୍ଡାଙ୍କ କବିତା ସଂକଳନ ନିର୍ବାଚିତ କବିତା, ମୁକୁଲ ମିଶ୍ରଙ୍କ କବିତା ସଂକଳନ ରୂପସୀ, ବିଜୟ ମିଶ୍ରଙ୍କ ଭ୍ରମଣ କାହାଣୀ ରିଟର୍ଣ୍ଣି ହୋମ୍, ଭଗବାନ୍ ଜୟସିଂହଙ୍କ କବିତା ସଂକଳନ ଦି ଡାପଲସ୍ ଅଫ୍ ଡାର୍କନେସ୍, ସ୍ନେହପ୍ରଭା ଦାସଙ୍କ କବିତା ସଂକଳନ ସଙ୍ଗ୍‌ସ ଅଫ୍ ସଲିଚ୍ଯୁଡ, ନମିତାଲକ୍ଷ୍ମୀ ଜଗଦ୍ଦେବଙ୍କ ଅନୁଦିତ ତପନ ପଟ୍ଟନାଯକଙ୍କ କବିତା ସଂକଳନ ମାଇ ଲଭ୍‌, ମାଇଁ ସିଜନ୍‌ସ ଆଦି ପୁସ୍ତକ ରହିଛି। ଏହାକୁ ରାଜ୍ଯପାଳ ଲୋକାର୍ପଣ କରିଥିବା ବେଳେ ଏହି ପୁସ୍ତକର ଲେଖିକା ଲେଖକ ସେଠାରେ ଉପସ୍ଥିତ ଥିଲେ।



from Odisha Reporter http://bit.ly/2vvOGBO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages