ଏହି ଖେଳାଳିଙ୍କ ଭିତରେ ସେହ୍ୱାଗଙ୍କ ଝଲକ ଦେଖୁଛନ୍ତି ବ୍ରାଏନ୍ ଲାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଏହି ଖେଳାଳିଙ୍କ ଭିତରେ ସେହ୍ୱାଗଙ୍କ ଝଲକ ଦେଖୁଛନ୍ତି ବ୍ରାଏନ୍ ଲାରା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏଲ୍ ଲାରାଙ୍କ ପ୍ରତିଭା ସମ୍ପର୍କରେ ସମସ୍ତେ ଅବଗତ। ୯୦ ଦଶକର ସବୁଠାରୁ ବିପଜ୍ଜନକ ଖେଳାଳି ଭାବେ ପରିଚିତ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଭାରତର ଯୁବ ପ୍ରତିଭା ପୃଥ୍ୱୀ ଶ’ଙ୍କୁ ପ୍ରଶଂସା କରିଛନ୍ତି।

ଲାରା ଏହି ଯୁବ କ୍ରିକେଟରଙ୍କ ଭିତରେ ବୀରେନ୍ଦ୍ର ସେହ୍ୱାଗଙ୍କ ଝଲକ ଦେଖିବାକୁ ମିଳୁଥିବା କହିଛନ୍ତି। ଲାରା କହିଛନ୍ତି, ‘ସେହ୍ୱାଗଙ୍କ ଭଳି ପୃଥ୍ୱୀ ମଧ୍ୟ ବଲକୁ କଟ୍ କରିବାରେ ମାହିର୍ ଏବଂ ତାଙ୍କ ଶର୍ଟ-ଆର୍ମ ପୁଲରେ ସମ୍ପୂର୍ଣ୍ଣ ଭାବେ “ନଜଫଗଡ଼ର ନବାବ’ଙ୍କ ଛବି ନଜର ଆସୁଛି।’

ଏହି ଖେଳର ମହାନ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଲାରା ଷ୍ଟାର ସ୍ପୋର୍ଟ୍ସ ସିଲେକ୍ଟ ଡଗଆଉଟରେ ଯୋଗଦେବା ଅବସରରେ କହିଛନ୍ତି, ‘ପୃଥ୍ୱୀଙ୍କ ବ୍ୟାଟିଂ ଶୈଳୀରେ ମୋତେ ସେହ୍ୱାଗଙ୍କ ଝଲକ ନଜର ଆସୁଛି। ବ୍ୟାଟିଂରେ ପୃଥ୍ୱୀଙ୍କ ପରିପକ୍ୱତା ମଧ୍ୟ ଜବରଦସ୍ତ ରହିଛି। ଗତବର୍ଷ ଅକ୍ଟୋବରରେ ପୃଥ୍ୱୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଦାର୍ପଣ ଟେଷ୍ଟରେ ଖୁବ୍ ରନ୍ କରିଥିଲେ ଏବଂ ଶତକୀୟ ଇନିଂସ୍ ମଧ୍ୟ ଖେଳିଥିଲେ।

ଭାରତୀୟ ମାଟିରେ ଜଣେ ଯୁବ ଖେଳାଳିଙ୍କୁ ଏଭଳି ଭଲ ପ୍ରଦର୍ଶନ କରିବା ଦେଖି ମୋତେ ବହୁତ ଖୁସି ଲାଗିଲା। ପୃଥ୍ୱୀ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଆହତ କାରଣରୁ ସେ ଖେଳପାରିନଥିଲେ।’ ଲାରାଙ୍କ ମତରେ ପୃଥ୍ୱୀଙ୍କୁ ବର୍ତ୍ତମାନ ମାତ୍ର ୧୯ ବର୍ଷ, କିନ୍ତୁ ଆଇପିଏଲର ଦୁଇଟି ସଂସ୍କରଣ ଖେଳି ସେ ଜଣେ ‘ସିନିୟର ଖେଳାଳି’ ହୋଇସାରିଛନ୍ତି। ଆଗାମୀ ଦିନରେ ସେ ଜଣେ ସଫଳ କ୍ରିକେଟର ହୋଇ ବାହାରିବେ ବୋଲି ଲାରା କହିଛନ୍ତି।



from Odisha Reporter http://bit.ly/2KjpPvf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages