ମୋଦିଙ୍କ ପ୍ରତି ଓଡ଼ିଶାରେ ଅଭୂତପୂର୍ବ ଜନସମର୍ଥନ ଅଛି : ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ମୋଦିଙ୍କ ପ୍ରତି ଓଡ଼ିଶାରେ ଅଭୂତପୂର୍ବ ଜନସମର୍ଥନ ଅଛି : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଶାରେ ଅଭୂତପୂର୍ବ ଜନସମର୍ଥନ ରହିଛି, ଯାହା ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରୁ ସ୍ପଷ୍ଟ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ମୋଦିଙ୍କ ବିଶାଳ ଲୋକପ୍ରିୟତା ପ୍ରତି ଈର୍ଷାନ୍ୱିତ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ମିଛ ଅଭିଯୋଗ ଆଣୁଛନ୍ତି ବୋଲି ସେ କହିଛନ୍ତି। ତିତଲି ବାତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବୟାନର କଡ଼ା ଜବାବ ଦେଇ ଶ୍ରୀ ପ୍ରଧାନ ସୋଶାଲ ମିଡିଆରେ ଏହି ପ୍ରତିକ୍ରିୟା ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ନବୀନ ପଟ୍ଟନାୟକ ବାତ୍ୟା ପରଦିନ ଗୋପାଳପୁର ସମୁଦ୍ରକୂଳରେ ନିଜ ଅଧିକାରୀମାନଙ୍କୁ ଲଗାଇ ତିତଲିକୁ ନିୟନ୍ତ୍ରଣ କରିଦେଲେ ବୋଲି କହି ଉତ୍ସବ ମନାଉଥିଲେ। ତେବେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ ତଳେ ବସବାସ କରୁଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇଥିବା ସରକାରଙ୍କୁ ଜଣାନଥିଲା। ଗଣମାଧ୍ୟମର ସୂଚନା ପାଇବା ପରେ ବିଜେପି ହିଁ ପ୍ରଥମେ ସେହି ଅଞ୍ଚଳକୁ ଯାଇଥିଲା। ବାତ୍ୟା ତିତଲିରେ ସର୍ବାଧିକ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାର ଆର.ଉଦୟଗିରି ଅଞ୍ଚଳକୁ ସେ ଗତକାଲି ଯାଇଥିବାବେଳେ ସେଠାରେ ତିତିଲି ଅବସ୍ଥା ପରର ଦୃଶ୍ୟ ପୂର୍ବବତ୍ ରହିଥିବା ଦେଖିବାକୁ ପାଇଥିଲେ। ଏବେସୁଦ୍ଧା ସେହି ଅଞ୍ଚଳରେ ରାଜ୍ୟ ସରକାର ଘର, ରାସ୍ତା, ପିଇବା ପାଣି ସମସ୍ୟାର ସମାଧାନ କରିପାରିନାହାନ୍ତି ବୋଲି ସେ ଲୋକମାନଙ୍କ ପାଖରୁ ଜାଣିବାକୁ ପାଇଥିଲେ।

ଓଡ଼ିଶା ପ୍ରତି ବିଜେପି ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ଦୁର୍ବଳତା ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଗତ ୨୯ ମାର୍ଚ୍ଚ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରୁ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏପ୍ରିଲ ୧ରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରମୁଖ ପୀଠ ପାରଳାଖେମୁଣ୍ଡିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ବିଜେପି ଓା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ବିପୁଳ ଜନସମର୍ଥନ ମାଲକାନଗିରି ଗଜପତିର ଆର. ଉଦୟଗିରି ଭଳି ଉପାନ୍ତ,ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକାଶ, କଲ୍ୟାଣକାରୀ ଯୋଜନା, ବିଶେଷ କରି ଗରିବମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ୫ ବର୍ଷରେ କରିଥିବା ଅନେକ ଯୋଜନା ଯୋଗୁ ଲୋକମାନଙ୍କର ବିଶ୍ୱାସ ଜନ୍ମିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter https://ift.tt/2CWmmga

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages