ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ଭୋଟିଂ ୬୪% - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ଭୋଟିଂ ୬୪%

ନୂଆଦିଲ୍ଲୀ: କଡ଼ା ସୁରକ୍ଷା, ଇଭିଏମ ତ୍ରୁଟି ଓ ହିଂସା ମଧ୍ୟରେ ୪ର୍ଥ ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟ ଅନ୍ତର୍ଗତ ୭୨ଟି ଲୋକସଭା ଆସନ ପାଇଁ ମତଦାନ ଶେଷ ହୋଇଛି। ଏସବୁ ରାଜ୍ୟରେ ହାରାହାରି ୬୪% ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୪ର୍ଥ ପର୍ଯ୍ୟାୟରେ ୯୪୩ ଜଣ ପ୍ରାର୍ଥୀ ମଇଦାନରେ ରହିଥିଲେ। ସେମାନଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ୪ର୍ଥ ପର୍ଯ୍ୟାୟ ପାଇଁ ସମଗ୍ର ଦେଶରେ ୧,୪୦,୮୫୨ଟି ବୁଥ ହୋଇଥିଲା। ୧୨.୮୩ କୋଟି ପଞ୍ଜିକୃତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।

ବୁଥ ରିଗିଂ ଓ ହିଂସା ସତ୍ତ୍ୱେ ପଶ୍ଚିମବଙ୍ଗରେ ଭୋଟ ହାର ସର୍ବାଧିକ ରହିଛି। ଏଠାରେ ଆଜି ୮ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ଏଠାରେ ୭୬.୪୪% ଭୋଟିଂ ହୋଇଛି। ପଶ୍ଚିମବଙ୍ଗ ପରେ ଓଡ଼ିଶାରେ ଦ୍ୱିତୀୟ ସର୍ବାଧିକ ୬୮% ପୋଲିଂ ହୋଇଛି। ଆଜି ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧୀନର ୪୧ଟି ବିଧାନସଭା ଆସନ ପାଇଁ ଭୋଟ ହୋଇଥିଲା।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ମାତ୍ର ୧୦.୫% ଭୋଟ୍‌ ହୋଇଛି। ଏହାବାଦ୍‌ ରାଜସ୍ଥାନରେ ୬୭.୧୩%, ମଧ୍ୟପ୍ରଦେଶରେ ସନ୍ଧ୍ୟା ୫ଟା ସୁଦ୍ଧା ୬୫.୭୭, ଉତ୍ତର ପ୍ରଦେଶରେ ୫୭.୫୮%, ଝାରଖଣ୍ଡରେ ୬୩.୩୯%, ବିହାରରେ ୫୮.୯୨% ଓ ମହାରାଷ୍ଟ୍ରରେ ୫୮.୨୩% ଭୋଟିଂ ହୋଇଛି। ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏସବୁ ସ୍ଥାନରେ ଭୋଟିଂ ହୋଇଥିଲା। ତେବେ ଧାର୍ଯ୍ୟ ସମୟ ପରେ ମଧ୍ୟ ବହୁ ଲୋକ ଧାଡ଼ିରେ ଛିଡ଼ା ହୋଇଥିବାରୁ ଆଗକୁ ଭୋଟିଂ ପ୍ରତିଶତ ବଢ଼ିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ଆଜି ସକାଳୁ ଦେଶର ବିଭିନ୍ନ ସ୍ଥାନରେ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହୋଇ ସେମାନଙ୍କ ମତାଧିକାରକୁ ସାବ୍ୟସ୍ତ କରିବାକୁ ବେଶ ଆଗ୍ରହ ପ୍ରକାଶ କରିଥିଲେ। ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ଭୋଟିଂ ହୋଇଥିଲେ ହେଁ ତୃତୀୟ ପର୍ଯ୍ୟାୟ ପରି ୪ର୍ଥ ପର୍ଯ୍ୟାୟରେ ମଧ୍ୟ ପଶ୍ଚିମବଙ୍ଗର ବହୁ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଆସନସୋଲ ଆସନରେ ଲଢୁଥିବା ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଗାଡ଼ି ଉପରକୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିଲେ। ପୋଲିଂ ବୁଥ୍‌ରୁ ବିଜେପି ଏଜେଣ୍ଟଙ୍କୁ ବାହାର କରାଯାଇଥିବା ଅଭିଯୋଗ ନେଇ ସେ ବୁଥରେ ପହଞ୍ଚିବା ମାତ୍ରେ ଆକ୍ରମଣର ଶିକାର ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ କରିବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ସେହିପରି ବୀରଭୂମ୍ ଜିଲ୍ଲାରେ ଟିଏମସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଅନ୍ୟପକ୍ଷରେ ମାୟା ନଗରୀ ମୁମ୍ବାଇରେ ବହୁ ନାମୀଦାମୀ ସେଲେବ୍ରିଟି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଆଜି ଉତ୍ତର ପ୍ରଦେଶର ୧୩ଟି, ମହାରାଷ୍ଟ୍ରରର ୧୭ଟି, ରାଜସ୍ଥାନର ୧୩ଟି, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶର ୬ଟି, ବିହାରର ୫ଟି, ଝାରଖଣ୍ଡର ୩ଟି ଓ ଜମ୍ମୁ-କଶ୍ମୀରର ଗୋଟିଏ ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ସେହିପରି ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ଗୋଟିଏ ଲେଖାଏ ବିଧାନସଭା ଆସନ ପାଇଁ ମଧ୍ୟ ଉପ ନିର୍ବାଚନ ହୋଇଥିଲା।



from Odisha Reporter http://bit.ly/2UKrMkA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages