ସନ୍ତୋଷ ଟ୍ରଫି ଫୁଟବଲ: ଓଡ଼ିଶା ପରାସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ସନ୍ତୋଷ ଟ୍ରଫି ଫୁଟବଲ: ଓଡ଼ିଶା ପରାସ୍ତ

ଲୁଧିଆନା: ପଞ୍ଜାବର ଲୁଧିଆନାଠାରେ ଚାଲିଥିବା ୭୩ତମ ଜାତୀୟ ଫୁଟବଲ ଚାମ୍ପିଅନଶିପ ସନ୍ତୋଷ ଟ୍ରଫିର ଫାଇନାଲ ରାଉଣ୍ଡର ପ୍ରଥମ ମ୍ୟାଚରେ ଓଡ଼ିଶା ୨-୩ ଗୋଲରେ ମେଘାଳୟ ନିକଟରୁ ପରାସ୍ତ ହୋଇଛି। ୭୦ ମିନିଟ୍ ସୁଦ୍ଧା ମ୍ୟାଚ୍ ୨-୨ରେ ବରାବର ରହିଥିଲା। ତେବେ ୭୨ତମ ମିନିଟରେ ମେଘାଳୟ ବିଜୟସୂଚକ ଗୋଲ୍ ଦେଇ ମ୍ୟାଚକୁ ହାତେଇ ନେଇଥିଲା।

ସପ୍ତମ ମିନିଟରେ ଚନ୍ଦ୍ର ମୁଦୁଲି ଗୋଟିଏ ଗୋଲ୍ ଦେଇ ଓଡ଼ିଶାକୁ ୧-୦ରେ ଆଗୁଆ କରାଇଥିବା ବେଳେ ୪୦ତମ ମିନିଟରେ ମେଘାଳୟର ରାଇକୁତଶିଶା ବୁଆମ୍ ଗୋଲ୍ ଦେଇ ସ୍କୋରକୁ ୧-୧ରେ ବରାବର କରିଥିଲେ।

ପ୍ରଥମାର୍ଦ୍ଧର ଇଞ୍ଜୁରୀ ଟାଇମରେ ମେଘାଳୟର ଏନିଷ୍ଟର ମାଲଙ୍ଗିଆଙ୍ଗ୍ (୪୫+୨ତମ) ଗୋଟିଏ ଗୋଲ୍ ଦେଇ ନିଜ ଦଳକୁ ଆଗୁଆ କରାଇଥିବା ବେଳେ ୫୪ତମ ମିନିଟରେ ଓଡ଼ିଶାର ପ୍ରଶାନ୍ତ ଶ୍ରୀହରି ଗୋଲ୍ ଦେଇ ସ୍କୋରକୁ ବରାବର କରିଥିଲେ। ତେବେ ୭୨ତମ ମିନିଟରେ ବୁଆମ ଗୋଟିଏ ଗୋଲ୍ ଦେଇ ମେଘାଳୟକୁ ୩-୨ରେ ବିଜୟୀ କରାଇଥିଲେ। ଆସନ୍ତା ୧୨ ତାରିଖରେ ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚରେ ସର୍ଭିସେସକୁ ଭେଟିବ।



from Odisha Reporter http://bit.ly/2P048iF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages