
ମୁମ୍ବାଇ: ଚଳିତ ଆଇପିଏଲର ୨୭ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ।
ମୁମ୍ବାଇ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚରେ ଶେଷ ଓଭରରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ରାଜସ୍ଥାନ ରୟାଲ୍ସ ଦଳର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଆଇପିଏଲରେ ଭେବ୍ୟୁ କରିଛନ୍ତି।
ରାଜସ୍ଥାନ ରୟାଲ୍ସ ଏକାଦଶ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଜୋସ ବଟଲର, ସଞ୍ଜୁ ସାମସନ୍, ଷ୍ଟିଭେନ୍ ସ୍ମିଥ୍, ରାହୁଲ୍ ତ୍ରିପାଠୀ, ଲିଆମ ଲିଭିଙ୍ଗଷ୍ଟୋନ, କ୍ରିଷ୍ଣାପ୍ପା ଗୌତମ, ଜୋଫ୍ରା ଆର୍ଚର, ଶ୍ରେୟସ ଗୋପାଳ, ଜୟଦେବ ଉନାଦକତ୍, ଧୱଲ କୁଲକର୍ଣ୍ଣି।
ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି’କକ, ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷାନ, କାଇରାନ୍ ପୋଲାଡୟ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଅଲଜାରି ଜୋସେଫ, ରାହୁଲ ଚହର୍, ଜେସନ୍ ବେହରେନଡର୍ଫ, ଜସପ୍ରୀତ ବୁମ୍ରା।
from Odisha Reporter http://bit.ly/2UB7rCU
No comments:
Post a Comment