୭ ବର୍ଷ ପରେ ଇଡେନରେ ଜିତିଲା ଦିଲ୍ଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

୭ ବର୍ଷ ପରେ ଇଡେନରେ ଜିତିଲା ଦିଲ୍ଲୀ

କୋଲକାତା: ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଅପରାଜିତ ୯୭ ରନ୍ ଏବଂ ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ (୪୬) ଦମଦାର ପାର୍ଟନରଶିପ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲର ୨୬ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରିଛି। ଦିଲ୍ଲୀ ୭ ବର୍ଷ ପରେ କୋଲକାତାକୁ ଇଡେନ୍ ଗାର୍ଡେନ୍ସରେ ହରାଇଛି।

ଏହା ପୂର୍ବରୁ ଦିଲ୍ଲୀ ଏଠାରେ ଶେଷଥର ପାଇଁ ୨୦୧୨ରେ ବିଜୟୀ ହୋଇଥିଲା। ଏହାଛଡ଼ା ଚଳିତ ସିଜନରେ ଦିଲ୍ଲୀ ଦୁଇଥର ଯାକ କୋଲକାତାକୁ ହରାଇବାରେ ସଫଳ ହୋଇଛି। ଏହା ପୂର୍ବରୁ ଫିରୋଜ ଶାହ କୋଟଲାରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ସୁପର ଓଭରରେ କୋଲକାତାକୁ ପରାସ୍ତ କରିଥିଲା। ଚଳିତ ସିଜନରେ ଦିଲ୍ଲୀ ଚତୁର୍ଥ ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି। ତେବେ ଉନ୍ନତ ରନରେଟ୍ ଆଧାରରେ କୋଲକାତା ପୂର୍ବଭଳି ଦ୍ୱିତୀୟ ସ୍ଥାନରେ ରହିଛି।

ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୮ ରନ୍ କରିଥିଲା। ଦଳ ପକ୍ଷରୁ ଶୁବମାନ ଗିଲ୍ ସର୍ବାଧିକ ୬୫ (୩୯ ବଲ, ୭ ଚୌକା, ୨ ଛକା) ଓ ଆନ୍ଦ୍ରେ ରସେଲ୍ ୪୫ (୨୧ ବଲ୍, ୩ ଚୌକା, ୪ ଛକା) ରନ୍ କରିଥିଲେ। ତେବେ ଦଳର ବାକି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରବିନ୍ ଉଥାପ୍ପା (୨୮), ଡେବୁଟାଣ୍ଟ ଜୋ ଡେନଲୀ (୦), ନୀତୀଶ ରାଣା (୧୧), ଅଧିନାୟକ ଦିନେଶ କାର୍ତ୍ତିକ (୨) ଓ କାର୍ଲସ ବ୍ରାଥୱେଟ୍ (୬) ନିରାଶ କରିଥିବା ବେଳେ ପୀୟୂଷ ଚାୱଲା ୧୪ ଓ କୁଲଦୀପ ଯାଦବ ୨ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ କ୍ରିସ ମୋରିସ, କାଗିସୋ ରବାଡା ଓ କୀମୋ ପଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୭୯ ରନର ଚ୍ୟାଲେଞ୍ଜିଂ ଟାର୍ଗେଟକୁ ଦିଲ୍ଲୀ ୧୮.୫ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଦିଲ୍ଲୀ ପାଇଁ ଦୁଇ ଓପ୍ନର ପୃଥ୍ୱୀ ଶ’ ଓ ଧୱନ୍ ଭଲ ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୩୨ ରନ୍ ଯୋଡ଼ିଥିବା ବେଳେ ପୃଥ୍ୱୀ (୧୪)ଙ୍କୁ ପ୍ରସିଦ୍ଧ କ୍ରିଷ୍ଣା ଆଉଟ୍ କରି କେକେଆରକୁ ପ୍ରଥମ ସଫଳତା ଦେଇଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଧିନାୟକ ଶ୍ରେୟସ ଆୟର (୬)ଙ୍କୁ ରସେଲ୍ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ ଚଳିତ ସଂସ୍କରଣରେ ଆଉଟ୍ ଅଫ୍ ଫର୍ମ ଥିବା ଧୱନ୍ ଦମଦାର ବ୍ୟାଟିଂ କରିଥିଲେ ଏବଂ ତାଙ୍କୁ ପନ୍ତ ଭରପୂର ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୦୫ ରନର ମ୍ୟାଚ୍ ବିଜୟୀ ଭାଗୀଦାରୀ କରିଥିଲେ। ପନ୍ତ ୩୧ ବଲରେ ୪ ଚୌକା ଓ ୨ ଛକା ସହ ୪୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ପନ୍ତଙ୍କ ଆଉଟ୍ ପରେ ଧୱନ୍ ଓ କଲିନ୍ ଇନଗ୍ରାମ୍ ଦିଲ୍ଲୀକୁ ୭ ବଲ୍ ବାକି ଥାଇ ବିଜୟୀ କରାଇଥିଲେ। ଧୱନ୍ ୬୩ ବଲରେ ୧୧ ଚୌକା ଓ ୨ ଛକା ସହ ଅପରାଜିତ ୯୭ ରନ୍ କରି ଶତକରୁ ବଞ୍ଚିତ ହୋଇଥିବା ବେଳେ ଇନଗ୍ରାମ୍ ୬ ବଲରେ ୧ ଚୌକା ଓ ୧ ଛକା ସହ ଅପରାଜିତ ୧୪ ରନ୍ କରିଥିଲେ। କେକେଆର ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା, ରସେଲ୍ ଓ ରାଣା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଦମଦାର ଇନିଂସ ପାଇଁ ଧୱନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।



from Odisha Reporter http://bit.ly/2P65IzH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages