
କୋଲକାତା: ଚଳିତ ଆଇପିଏଲର ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଏକ ନୋ’ ବଲକୁ ନେଇ ମହେନ୍ଦ୍ର ସିଂହ ଧୋନି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଧୋନିଙ୍କ ଏହି ବ୍ୟବହାରକୁ ଅନେକେ ସମାଲୋଚନା କରୁଥିବା ବେଳେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତାଙ୍କୁ ସମର୍ଥନ କରିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଆଡଭାଇଜର ଭୂମିକା ତୁଲାଉଥିବା ଗାଙ୍ଗୁଲି କହିଛନ୍ତି, ଧୋନି ଜଣେ ମଣିଷ ଏବଂ ତାଙ୍କର ପ୍ରତିଦ୍ୱନ୍ଦ୍ୱିତାମୂଳକ ଦକ୍ଷତା ମୋର ବହୁତ ପସନ୍ଦ। ମୋ ମତରେ ଧୋନିଙ୍କୁ ସମାଲୋଚନା କରାଯିବା ଅନୁଚିତ୍। ମଣିଷ ଦ୍ୱାରା ହିଁ ଭୁଲ ହୋଇଥାଏ। ଧୋନି ସର୍ବଦା ନିଜର ଖେଳୁଆଡ ସ୍ୱଭାବ ପାଇଁ ପରିଚିତ। ତେଣୁ ତାଙ୍କୁ ଏଥିପାଇଁ ପ୍ରଶଂସା କରାଯିବା ଉଚିତ୍ ବୋଲି ଗାଙ୍ଗୁଲି କହିଛନ୍ତି।
ସୂଚନାଯୋଗ୍ୟ, ଧୋନି ଅଧିନାୟକ ଭାବେ ଆଇପିଏଲରେ ୧୦୦ତମ ବିଜୟ ହାସଲ କରିଛନ୍ତି। ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚର ଶେଷ ଓଭରରେ ଅମ୍ପାୟାର ଉଲ୍ଲାସ ଗନ୍ଧେ ବେନ୍ ଷ୍ଟୋକ୍ସଙ୍କ ଫୁଲଟସକୁ “ବିମର୍’ ଭାବି ଏହାକୁ ନୋ’ ବଲ୍ ଦେଇଥିଲେ, କିନ୍ତୁ ତୁରନ୍ତୁ ଏହାକୁ ଖାରଜ କରିଦେଇଥିଲେ। ଏହା ପରେ ଜାଡେଜା ଅମ୍ପାୟାରଙ୍କ ସହ ଆଲୋଚନା କରିଥିଲେ।
ଏହି ସମୟରେ ଧୋନି ଡଗଆଉଟରୁ ସିଧା ମଇଦାନ ଭିତରକୁ ଚାଲିଆସିଥିଲେ। ଧୋନି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ବାହାରେ ଥିଲେ। ସେ ଫିଲ୍ଡ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ତେବେ ଅମ୍ପାୟାର ନିଜର ନିଷ୍ପତ୍ତିରେ କାଏମ ରହିଥିଲେ ଏବଂ ଚେନ୍ନାଇକୁ ନୋ’ ବଲ ମିଳିନଥିଲା। ଧୋନିଙ୍କ ଏହି ଆଚରଣ ପାଇଁ ତାଙ୍କୁ କିଛି ପୂର୍ବତନ ଖେଳାଳି ସମାଲୋଚନା କରିଥିଲେ।
from Odisha Reporter http://bit.ly/2v2qQgP
No comments:
Post a Comment