ମମତାଙ୍କ ଗଡ଼ରେ ମୋଦିଙ୍କ ରଣହୁଙ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ମମତାଙ୍କ ଗଡ଼ରେ ମୋଦିଙ୍କ ରଣହୁଙ୍କାର

ସିଲିଗୁଡ଼ି: ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମମତା(ଦିଦି) ହିଁ ପଶ୍ଚିମବଙ୍ଗ ବିକାଶରେ ସ୍ପିଡ୍‌ବ୍ରେକର ସାଜିଥିବା ମୋଦି ସିଧାସଳଖ କହିଛନ୍ତି।

ଆଜି ସିଲିଗୁଡ଼ିଠାରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାର ଗରିବଙ୍କ ବିକାଶ ପାଇଁ ଏକାଧିକ ଯୋଜନା କରିଛନ୍ତି। ହେଲେ ଦିଦି ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ବାଧା ସୃଷ୍ଟି କରୁଛନ୍ତି। ବିକାଶ ଆଗରେ ସ୍ପିଡ୍‌ ବ୍ରେକର ସାଜିଥିବା ଦିଦିଙ୍କ ପାଇଁ ପଶ୍ଚିମବଙ୍ଗର ଲୋକମାନେ ଆୟୂଷ୍ମାନ ଯୋଜନାର ଫାଇଦା ପାଇପାରୁନାହାନ୍ତି। ଦିଦି ଏହି ଯୋଜନାକୁ ରାଜ୍ୟରେ ସାମିଲ କରିବାକୁ ଚାହୁଁନାହାନ୍ତି। ମୁଁ ଚାହୁଁଛି ଏହି ସ୍ପିଡ୍‌ ବ୍ରେକରଙ୍କୁ ଲୋକମାନେ ହଟାଇବା ଦରକାର। କାରଣ ସ୍ପିଡ୍‌ ବ୍ରେକର ହଟିଲେ, ବିକାଶର ଗତି ବୃଦ୍ଧି ପାଇବ।”

ଅନ୍ୟପକ୍ଷରେ ନିର୍ବାଚନୀ ଇସ୍ତାହାରକୁ ଆଧାର କରି ମୋଦି କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। କଂଗ୍ରେସ ଓ ତା’ର ସହଯୋଗୀମାନେ ପାକିସ୍ତାନର ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି। ସେମାନେ ଦେଶର ସେନାକୁ ଦୁର୍ବଳ କରିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଏଥିପାଇଁ ନିର୍ବାଚନୀ ଇସ୍ତାହାରରେ ଆଫସ୍ପା ଆଇନ୍‌ର ସଂଶୋଦନ ପାଇଁ ବ୍ୟବସ୍ଥା କରାଯାଇଛି।”



from Odisha Reporter https://ift.tt/2uJIs12

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages