ଫିଲ୍ମ ‘ବିଜୁ ବାବୁ’କୁ ନେଇ ଆପତ୍ତି ଉଠାଇଲା କଳିଙ୍ଗ ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଫିଲ୍ମ ‘ବିଜୁ ବାବୁ’କୁ ନେଇ ଆପତ୍ତି ଉଠାଇଲା କଳିଙ୍ଗ ସେନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି କଳିଙ୍ଗ ସେନା। ଏନେଇ କଳିଙ୍ଗ ସେନା ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ନାଁରେ ଫିଲ୍ମ ‘ବିଜୁ ବାବୁ’ ପ୍ରଦର୍ଶିତ ହେଉଛି। ଏହାଦ୍ୱାରା ଭୋଟର ପ୍ରଭାବିତ ହେବା ସହ ଆଚରଣ ବିଧି ଉଲ୍ଲଂଘନ ହେଉଥିବା କଳିଙ୍ଗ ସେନା ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ କଳିଙ୍ଗ ସେନା ପକ୍ଷରୁ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ସେନା ଅଭିଯୋଗ କରିଛି।

କଳିଙ୍ଗ ସେନା ଜଣେ ସଦସ୍ୟ କହିଛନ୍ତି, “ବିଜୁ ବାବୁଙ୍କ ନାଁରେ ତିଆରି ହୋଇଥିବା ଫିଲ୍ମ ‘ବିଜୁ ବାବୁ’ ବିଭିନ୍ନ ଫିଲ୍ମ ହଲ୍‌ରେ ପ୍ରଦର୍ଶିତ ହେଉଛି। ଏହାକୁ ବନ୍ଦ କରିବାକୁ ଆମେ ଦାବି କରିଥିଲୁ। ହେଲେ କିଛି ପଦକ୍ଷେପ ନିଆଯାଉନାହିଁ। କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ ହୋଇଥିବା ଅନୁଭବ ମହାନ୍ତି ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କୁ ନିର୍ବାଚନରୁ ବାଦ କରାଯାଉ। ନବୀନ ସରକାର ସବୁ ଜାଣିଶୁଣି ଏହି ଫିଲ୍ମ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ଦେଉଛି।”

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ବିଜେଡି ପାଇଁ ଏହା କାହିଁକି ଲାଗୁ ହେବ ନାହିଁ ବୋଲି କଳିସେନା ପକ୍ଷରୁ ପ୍ରଶ୍ନ କରାଯାଇଛି।



from Odisha Reporter https://ift.tt/2U9nIPa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages