ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରିବା ଏହି କ୍ରିକେଟରଙ୍କୁ ମହଙ୍ଗା ପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରିବା ଏହି କ୍ରିକେଟରଙ୍କୁ ମହଙ୍ଗା ପଡ଼ିଲା

କରାଚୀ: ପାକିସ୍ତାନ କ୍ରିକେଟର ଉମର ଅକମଲଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରିବା ମହଙ୍ଗା ପଡ଼ିଛି। ଏହି ମାମଲାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅକମଲଙ୍କ ଉପରେ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା ଲଗାଇଛି।

ପିସିବି ପକ୍ଷରୁ କୁହାଯାଇଛି ଯେ, ଟିମର ମ୍ୟାନେଜର ତଲତ ଅଲୀ ଏହି ମାମଲାର ଶୁଣାଣି କରିଛନ୍ତି, ଯେଉଁଥିରେ ଅକମଲ ନିଜ ଭୁଲ ସ୍ୱୀକାର କରିଛନ୍ତି ଏବଂ ନିଜର ଏହି ବ୍ୟବହାର ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆ ପରେ ଉମର ବିଳମ୍ବିତ ରାତିରେ ପାର୍ଟି କରିବା ପାଇଁ ନାଇଟ୍ କ୍ଲବ୍ ଯାଇଥିଲେ, ଯାହାର ଭିଡିଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ପିସିବିର କାର୍ଯ୍ୟକାରୀ ନିର୍ଦ୍ଦେଶକ ୱାସିମ୍ ଖାନ୍ କହିଛନ୍ତି, ଉମର ନିଜର ଭୁଲ ସ୍ୱୀକାର କରିଥିବାରୁ ମୁଁ ବହୁତ ଖୁସି। ସେ ମଧ୍ୟ ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି। ସେ ଆଗାମୀ ଦିନରେ ଏଭଳି ଭୁଲ ଆଉ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ସୁପର ଲିଗରେ ଭଲ ପ୍ରଦର୍ଶନ ଯୋଗୁ ପ୍ରାୟ ଅଢ଼େଇ ବର୍ଷ ପରେ ଉମର ଜାତୀୟ ଦଳକୁ ଫେରିଛନ୍ତି। କିନ୍ତୁ ପ୍ରତ୍ୟାବର୍ତ୍ତନରେ ତାଙ୍କ ପ୍ରଦର୍ଶନ ଚୟନକର୍ତ୍ତାକୁ ପ୍ରଭାବିତ କରିପାରିନାହିଁ।

ଦେଖନ୍ତୁ ନାଇଟ୍ କ୍ଲବରେ ଭାଇରାଲ ହୋଇଥିବା ଉମରଙ୍କ ଭିଡିଓ



from Odisha Reporter https://ift.tt/2FVYom7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages