
ଶ୍ରୀରାମପୁର(ପଶ୍ଚିମବଙ୍ଗ): ଲୋକଙ୍କୁ ମୁଁ ରସଗୋଲା, ଗିଫ୍ଟ ଆଦି ପୂଜାପାର୍ବଣ ବେଳେ ପଠାଏ, ହେଲେ ତାଙ୍କୁ ଭୋଟ ଦିଏନି ବୋଲି କାହା ନାଁ ନନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ହୁଗୁଳି ଜିଲ୍ଲାରେ ଏକ ନିର୍ବାଚନୀ ରାଲିରେ କାହାର ନାମ ନ ନେଇ ମମତା ଏପରି ମନ୍ତବ୍ୟ ପରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି।
ସୂଚନାଯୋଗ୍ୟ ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କୁ ଏକ ନିଆରା ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନଶୈଳୀ ଉପରେ ଅକ୍ଷୟ କୁମାର ପ୍ରଶ୍ନ ପଚାରିଥିଲେ। ସେଥିରେ ନରେନ୍ଦ୍ର ମୋଦି କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ଭଲ। ସେ ପ୍ରତିବର୍ଷ ମୋ ପାଇଁ ମିଠା ଏବଂ କୁର୍ତ୍ତା ପଠାନ୍ତି।
ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଢାକାରୁ ବର୍ଷରେ ତିନି ଚାରି ଥର ମିଠା ତାଙ୍କ ପାଇଁ ପଠାନ୍ତି ବୋଲି ମମତା ଜାଣିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମିଠା ପଠାଉଛନ୍ତି ବୋଲି ମୋଦି କହିଥିଲେ।
from Odisha Reporter http://bit.ly/2Dwia7k
No comments:
Post a Comment