“ଏ ବର୍ଷ ନିପାତ ହୋଇଛନ୍ତି ୬୯ ଆତଙ୍କୀ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

“ଏ ବର୍ଷ ନିପାତ ହୋଇଛନ୍ତି ୬୯ ଆତଙ୍କୀ”

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀରୁ ବର୍ତ୍ତମାନ ଯାଏ ଜମ୍ମୁକଶ୍ମୀରରେ ସୁରକ୍ଷା କର୍ମୀ ୬୯ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବାବେଳେ ୧୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ୧୫ କପ୍ସ କମାଣ୍ଡର କେଜେଏସ୍‌ ଢୀଲୋଁ। ତାଙ୍କ ସହିତ ଜମ୍ମୁକଶ୍ମୀର ଡିଜି ଦିଲବାଗ ସିଂହ, ଆଇଜି ଏସ୍‌ପି ପାଣି ଏବଂ ସିଆରପିଏଫ୍‌ ଜୁଲଫିକର ହାସନ ମିଳିତ ଭାବରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବୁଧବାର ଶ୍ରୀନଗରଠାରେ ସେ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିରେ ଉନ୍ନତି ଆସିଛି।

ସେ କହିଥିଲେ ପୁଲ୍‌ୱାମା ଆତଙ୍କୀ ହମ୍‌ଲା ପରେ ୪୧ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ମଧ୍ୟରୁ ୨୫ ଜଣ ଜୈଶ-ଏ-ମହମ୍ମଦର। ଏହି ୨୫ ଜଣରୁ ୧୩ ଜଣ ପାକିସ୍ତାନୀ ନାଗରିକ ବୋଲି ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ରାଜ୍ୟରେ ଓ ସମଗ୍ର ଦେଶରେ ଆତଙ୍କବାଦକୁ ବଢ଼ିବାକୁ ଦିଆଯିବନି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଜୈଶ୍‌ର ନେତୃସ୍ଥାନୀୟ ଆତଙ୍କୀଙ୍କୁ ଟାର୍ଗେଟ୍‌ କରୁଛୁ। ସ୍ଥିତି ଏମିତି ହୋଇଛି ଯେ, କଶ୍ମୀର ଉପତ୍ୟକାରେ କେହି ମଧ୍ୟ ଜୈଶ୍‌ର ନେତୃତ୍ୱ ନେବାକୁ ଆଗଭର ହେଉନାହାନ୍ତି। ପାକିସ୍ତାନ ସେମାନଙ୍କୁ ଅଜସ୍ର ସମର୍ଥନ ଦେଉଥିଲେ ମଧ୍ୟ, ଆମେ ଜୈଶ୍‌ ଉପରେ ଚାପ ପକାଇବା ଜାରି ରଖିବୁ। ମୁଖ୍ୟତଃ ପୁଲ୍‌ୱାମାରେ ଏପରି ଅପରେସନ୍‌ ଜାରି ରହିବ।

ଜମ୍ମୁକଶ୍ମୀର ଡିଜିପି କହିଛନ୍ତି, ଆତଙ୍କବାଦୀମାନେ ସ୍ଥାନୀୟ ଯୁବକଙ୍କୁ ସାମିଲ କରିବା ହ୍ରାସ କରିଛନ୍ତି, ଯାହାକି ଏକ ଭଲ ସୂଚନା। ୨୦୧୮ ମସିହାରେ ୨୭୨ ଆତଙ୍କୀଙ୍କୁ ନିପାତ କରାଯିବା ସହ ବୃହତ୍‌ ସଂଖ୍ୟାରେ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା।

ଚଳିତ ବର୍ଷ ଫେବୃଆରୀରେ ହିଁ ଜୈଶ୍‌ର ଏକ ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ୍‌ ଆତଙ୍କବାଦୀ ସହିଦ ହୋଇଥିଲେ। ଏକାଥରେ ୨,୫୦୦ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନ ଜାତୀୟ ରାଜପତରେ ଯାଉଥିବାବେଳେ ଏକ ବିସ୍ଫୋରକ ଖଞ୍ଜା ଗାଡ଼ିରେ ଆସି ଜଣେ ଆତ୍ମଘାତୀ ଆତଙ୍କବାଦୀ ଏହି ଅଘଟଣ ଘଟାଇଥିଲା। ଏହାପରେ ଭାରତ ମଧ୍ୟ ବାଲାକୋଟ୍‌ଠାରେ ପ୍ରତିଶୋଧ ନେଇ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କୀଙ୍କୁ ନିପାତ କରିଥିବା ଚର୍ଚ୍ଚା ହୋଇଥିଲା।



from Odisha Reporter http://bit.ly/2XFYK7k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages