ରାଫେଲ ପ୍ରସଙ୍ଗ: କେନ୍ଦ୍ରକୁ ୪ ଦିନର ସମୟ ଦେଲେ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ରାଫେଲ ପ୍ରସଙ୍ଗ: କେନ୍ଦ୍ରକୁ ୪ ଦିନର ସମୟ ଦେଲେ କୋର୍ଟ

ନୂଆଦିଲ୍ଲୀ: ରାଫେଲ୍‌ ଡିଲ୍‌ର ରିଭ୍ୟୁ ପିଟିସନ୍‌ ଉପରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାର ୪ ସପ୍ତାହ ମାଗିଥିଲେ ହେଁ ସୁପ୍ରିମକୋର୍ଟ ମାତ୍ର ୪ ଦିନର ସମୟ ଦେଇଛନ୍ତି। ଅର୍ଥାତ ଶନିବାର ସୁଦ୍ଧା କେନ୍ଦ୍ର ସରକାର ଏହାର ଜବାବ ଦାଖଲ କରିବେ। ମେ’ ୬ ତାରିଖରେ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ରାଫେଲ ଡିଲ୍‌ର ପୁନଃ ବିଚାର ପାଇଁ ନୂଆ ଦସ୍ତାବିଜ ସହ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି ପୂର୍ବରୁ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବାକୁ କହିଥିଲେ। ଆଜି କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ସଞ୍ଜୟ କୌଲ ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠଙ୍କୁ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ମାଗିଥିଲେ। କିନ୍ତୁ ଖଣ୍ଡପୀଠ ଏହାକୁ ଗ୍ରହଣ କରିନଥିଲେ।



from Odisha Reporter http://bit.ly/2J6SIZE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages