
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ କଂଗ୍ରେସ ନିର୍ବାଚନ ଆଚରଣ ବିଧି ଊଲ୍ଲଙ୍ଘନ ନେଇ କରିଥିବା ଅଭିଯୋଗ ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ଏହି ମାମଲାରେ କୌଣସି ରାୟ ଦେବା ପୂର୍ବରୁ ନିର୍ବାଚନ କମିଶନ(ଇସି)ଙ୍କ ମତାମତ ଲୋଡ଼ିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, “ଇସି ଏ ସମ୍ପର୍କରେ ଯେ କୌଣସି ନିଷ୍ପତ୍ତି ନେଇପାରିବେ। ତାଙ୍କୁ ଏନେଇ କ୍ଷମତା ଦିଆଯାଇଛି।
ତେବେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ବିରୋଧରେ ଆସିଥିବା ନିର୍ବାଚନ ଆଚରଣ ବିଧି ଉପରେ ଇସି କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତା’ର ଜବାବ ପ୍ରଥମେ ରଖିବେ। ଇସିଙ୍କ ଜବାବ ଶୁଣିବା ପରେ ସୁପ୍ରିମକୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ନେବେ। ଆସନ୍ତାକାଲି ସୁଦ୍ଧା ଇସି ରିପୋର୍ଟ ଦେବା ପରେ ଆମେ ଗୁରୁବାର ପୁଣିଥରେ ମାମଲାର ଶୁଣାଣି କରିବୁ।”
କଂଗ୍ରେସ ସାଂସଦ ସୁସ୍ମିତା ଦେବ ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଥିଲେ ଯେ ମୋଦି ଓ ଶାହ ନିର୍ବାଚନ ପ୍ରଚାର ବେଳେ ଭୋଟରଙ୍କୁ ହେଟ୍ ସ୍ପିଚ୍ ଏବଂ ସେନା ନାଁ କହି ଭୋଟ ମାଗୁଛନ୍ତି। ତେଣୁ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ। ଏନେଇ କଂଗ୍ରେସ ୮ରୁ ୧୦ ଥର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।”
from Odisha Reporter http://bit.ly/2IPmq5V
No comments:
Post a Comment