ଅମ୍ପାୟାରଙ୍କ ସହ ଯୁକ୍ତି କରିବା ଧୋନିଙ୍କୁ ମହଙ୍ଗା ପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ଅମ୍ପାୟାରଙ୍କ ସହ ଯୁକ୍ତି କରିବା ଧୋନିଙ୍କୁ ମହଙ୍ଗା ପଡ଼ିଲା

ଜୟପୁର: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ନୂଆ ରୂପ ଦେଖିବାକୁ ମିଳିଥିଲା। ଗୁରୁବାର ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଧୋନି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଧୋନିଙ୍କ ଏହି ଆଚରଣ ପାଇଁ ତାଙ୍କ ଉପରେ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜୋରିମାନା ଲଗାଯାଇଛି।

ପ୍ରଥମଥର ପାଇଁ ଧୋନି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ଅମ୍ପାୟାର ଉଲ୍ଲାସ ଗନ୍ଧେଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଡଗଆଉଟ୍ ଛାଡ଼ି ସିଧା ଗ୍ରାଉଣ୍ଡ ଭିତରକୁ ପଶି ଯାଇଥିଲେ। ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି, ‘ଚେନ୍ନାଇ କ୍ୟାପଟେନ୍ ଧୋନିଙ୍କ ଉପରେ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜୋରିମାନା ଲଗାଯାଇଛି। ସେ ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲର ଆଚାର ସଂହିତାର ଉଲ୍ଲଙ୍ଘନ କରିଛନ୍ତି।

ଧୋନି ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ୨.୨୦ ଧାରା-୨ର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ମଧ୍ୟ ନିଜ ଭୁଲ ସ୍ୱୀକାର କରିନେଇଛନ୍ତି। ଏହି ମାମଲାରେ ଧୋନିଙ୍କ ଉପରେ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ ଲଗାଯାଇଥାନ୍ତା, କିନ୍ତୁ ତାଙ୍କ ଉପରେ ଜୋରିମାନା ଲଗାଇ ଛାଡ଼ିଦିଆଯାଇଛି।



from Odisha Reporter http://bit.ly/2Gj3zh3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages