ଦିଲ୍ଲୀକୁ ୧୨୯ ରନରେ ରୋକିଲା ସନରାଇଜର୍ସ ହାଇଦ୍ରାବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଦିଲ୍ଲୀକୁ ୧୨୯ ରନରେ ରୋକିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୧୬ତମ ମ୍ୟାଚ୍ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ହାଇଦ୍ରାବାଦ ବୋଲିଂ ଆକ୍ରମଣର ଉଚିତ୍ ମୁକାବିଲା କରିନପାରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୯ ରନ୍ କରିବାକୁ ସକ୍ଷମ ହୋଇଛି।

ଦିଲ୍ଲୀ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ୪୩ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି। ସନରାଇଜର୍ସର ସଫଳ ବୋଲର ଭାବେ ମହମ୍ମଦ ନବି, ଭୁବନେଶ୍ୱର କୁମାର ଓ ସିଦ୍ଧାର୍ଥ କୌଲ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି। ହ୍ୟାଟ୍ରିକ୍ ବିଜୟ ହାସଲ କରିବା ପାଇଁ ହାଇଦ୍ରାବାଦକୁ ୧୩୦ ରନ୍ କରିବାକୁ ପଡ଼ିବ।

ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଭୁବନେଶ୍ୱର କୁମାର ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭ ଖରାପ ରହିଥିଲା।

ଦୁଇ ଓପ୍ନର ପୃଥ୍ୱୀ ଶ’ ଓ ଶିଖର ଧୱନ୍ କ୍ରମାଗତ ଫେଲ୍ ମାରିଛନ୍ତି। ପୃଥ୍ୱୀ ମାତ୍ର ୧୧ ରନ୍ କରିଥିବା ବେଳେ ଭୁବନେଶ୍ୱର କୁମାରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଲଗାତାର ଖରାପ ଫର୍ମରେ ଥିବା ଧୱନ୍ (୧୨)ଙ୍କୁ ନବି ପ୍ୟାଭିଲିୟନ୍ ପଠାଇଥିଲେ। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (୫), ରାହୁଲ ତେୱାତିଆ (୫) ଓ କଲିନ୍ ଇନଗ୍ରାମ (୫) ମଧ୍ୟ ନିରାଶ କରି ଶସ୍ତାରେ ଆଉଟ୍ ହୋଇଥିଲେ।

ଅଧିନାୟକ ଆୟର୍ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ତାଙ୍କୁ କେହିବି ସହଯୋଗ କରିନଥିଲେ। ଦଳର ସ୍କୋର ୯୩ ଥିବା ବେଳେ ଆୟରଙ୍କୁ ରଶିଦ୍ ଖାନ୍ କ୍ଲିନ୍ ବୋଲ୍ଡ କରିଥିଲେ। କ୍ରିସ ମୋରିସ (୧୭)ଙ୍କୁ ଭୁବନେଶ୍ୱର ଓ କାଗିସୋ ରବାଡା (୩)ଙ୍କୁ ସିଦ୍ଧାର୍ଥ କୌଲ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ ଅକ୍ଷର ପଟେଲ (୨୩³) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦିଲ୍ଲୀକୁ ୧୨୯ ରନରେ ପହଞ୍ଚାଇଥିଲେ। ହାଇଦ୍ରାବାଦ ପକ୍ଷରୁ ରଶିଦ୍ ଓ ସନ୍ଦୀପ ଶର୍ମା ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter https://ift.tt/2uNagRX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages