ମନୁଷ୍ୟକୃତ ତ୍ରୁଟି ଯୋଗୁ ୪ଟି ବୁଥ୍‌ରେ ମତଦାନ ହୋଇପାରିଲାନି: ସିଇଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ମନୁଷ୍ୟକୃତ ତ୍ରୁଟି ଯୋଗୁ ୪ଟି ବୁଥ୍‌ରେ ମତଦାନ ହୋଇପାରିଲାନି: ସିଇଓ

vote

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ୪ଟି ବୁଥ୍‌ରେ ଭୋଟରମାନେ ମତଦାନରୁ ବଞ୍ଚିତ ହୋଇଛନ୍ତି। ତେବେ ମେସିନ୍‌ ନୁହେଁ, ମତଦାନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ତ୍ରୁଟି ଯୋଗୁ ଏହି ୪ଟି ବୁଥ୍‌ରେ ମତଦାନ ହୋଇପାରି ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୧୩ ନମ୍ବର ବୁଥ୍, ବଣାଇର ୧୨୯ ନମ୍ବର ବୁଥ୍, ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୧୦ ଓ ୨୨୨ ନମ୍ବର ବୁଥ୍‌ରେ ପରିଚାଳନାଗତ ତ୍ରୁଟି ଦେଖା ଦେଇଛି। ଏହି ୪ଟି ବୁଥ୍‌ରେ ସାନି ନିର୍ବାଚନ ପାଇଁ ସୁପାରିସ୍ କରାଯିବ।

ସିଇଓ କହିଛନ୍ତି, ପ୍ରଥମେ ମେସିନରେ ତ୍ରୁଟି ଥିଲା। କିନ୍ତୁ ତାକୁ ଠିକ୍‌ ଭାବେ ବଦଳା ଯାଇ ନଥିଲା। ଏମ୍‌ପି (ସାଂସଦ) ଜାଗାରେ ଏମଏଲଏ (ବିଧାୟକ) ମେସିନ୍‌ ଲଗାଇ ଦିଆଯାଇଥିଲା। ତେଣୁ ଏହା ମନୁଷ୍ୟକୃତ ତ୍ରୁଟି। ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ୟଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି ବୋଲି ସିଇଓ ସୂଚନା ଦେଇଛନ୍ତି। ଆଜି ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ ୨୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ବ୍ୟବସ୍ଥା ହୋଇଛି।



from Odisha Reporter http://bit.ly/2varF7l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages