ଆନନ୍ଦପୁରର ପୂର୍ବତନ ପୌର ଉପାଧ୍ୟକ୍ଷ ଓ ତାଙ୍କ ଭାଇ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଆନନ୍ଦପୁରର ପୂର୍ବତନ ପୌର ଉପାଧ୍ୟକ୍ଷ ଓ ତାଙ୍କ ଭାଇ ଗିରଫ

ଆନନ୍ଦପୁର (ମୁନ୍ନା ସିଂ): ଆନନ୍ଦପୁରର ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି । ଥାନାରେ ପୁଲିସ କର୍ମଚାରୀଙ୍କ ସହିତ ଗଣ୍ଡଗୋଳ ଅଭିଯୋଗରେ ଘଷିପୁରା ଥାନା ପୁଲିସ ସେମାନଙ୍କୁ ଗିରଫ କରିଛି।

ଗତକାଲି ରାତିରେ ସୁରେଶ ସାହୁଙ୍କ ଭାଇ ରାଜେନ୍ଦ୍ର ସାହୁ ଟାଉନ୍‌ରେ ହୋହଲ୍ଲା କରୁଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ ଥାନାକୁ ନେଇଆସିଥିଲା। ଏ ସମ୍ପର୍କରେ ଖବର ପାଇ ସୁରେଶ ସାହୁ ଓ ତାଙ୍କ ସାନଭାଇ ଜିତେନ୍ଦ୍ର ଆସି ଥାନାରେ ପହଞ୍ଚିଥିଲେ। ସେମାନେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ସହିତ ପାଟିତୁଣ୍ଡ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ସୁରେଶ ଓ ଜିତେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।



from Odisha Reporter http://bit.ly/2G3xfyz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages