
ତେଲକୋଇ(ଚିନ୍ମୟ କୁମାର ସାହୁ) ଏବେ ବି ବଞ୍ଚିଛି ମଣିଷପଣିଆ। ମାନବିକତା ଦେଖାଇଲେ ପଥଚାରୀ। ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କୁ କେତେକ ପଥଚାରୀ ଉଦ୍ଧାର କରି ତାଙ୍କୁ ମେଡିକାଲ ନେବାର ବ୍ୟବସ୍ଥା କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ତେଲକୋଇ ବ୍ଲକ ବାଂଶପାଳ ପୋଲ ପାଖରେ ଜଣେ ବାଇକ୍ ଆରୋହୀ ପ୍ରଦୀପ ପାତ୍ର ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟିବା ପରେ ରାସ୍ତାରେ ଯାଉଥିବା କିଛି ପଥଚାରୀ ଗୁରୁତର ପ୍ରଦୀପଙ୍କୁ ସବୁ ପ୍ରକାର ସମହାୟତା କରିଥିଲେ।
ସମ୍ପୃକ୍ତ ପଥଚାରୀମାନେ ପ୍ରଦୀପଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ଛାଇକୁ ଆଣିଥିଲେ। ସେଠାରେ ତାଙ୍କୁ ଗାମୁଛାରେ ବିଞ୍ଚଣା କରି ବିଞ୍ଚି ଦେଇଥିଲେ। ଏହା ସହିତ ସାହାଯ୍ୟ କରିବାକୁ ଅନ୍ୟକୁ ଅନୁରୋଧ କରିଥିଲେ। କେତେକ ଯୁବକ ଦମକଳ ବାହିନୀକୁ ଓ ତେଲକୋଇ ପୁଲିସକୁ ଖବର ଦେଇଥିଲେ। ପରେ ତେଲକୋଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ ଡାକ୍ତରଖାନା ଆଣିଥିଲା।
from Odisha Reporter http://bit.ly/2Ifgty9
No comments:
Post a Comment