ହେଭିୱେଟ୍‌ ବନାମ ନବାଗତ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ହେଭିୱେଟ୍‌ ବନାମ ନବାଗତ ଲଢ଼େଇ

ବରଗଡ଼( ଦୀପକ ଶର୍ମା) : ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆସନ ବରଗଡ଼ରେ ମତଦାନକୁ ମଝିରେ ଆଉ ମାତ୍ର ୩ ଦିନ। ସେଦୃଷ୍ଟିରୁ ଏବେ ସଂପୂର୍ଣ୍ଣ ସରଗରମ ରହିଛି ଏଠିକାର ରାଜନୈତିକ ପାଣିପାଗ। ସିଟିଂ ଏମ୍‌ପି ପ୍ରଭାସ ସିଂହଙ୍କ ସ୍ଥାନରେ ଏଠାରେ ଭେଟେରାନ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି। ପ୍ରସନ୍ନ ପୂର୍ବରୁ ବରଗଡ଼ ଆସନରୁ ତିନି ତିନି ୩ ଥର ପ୍ରତିନିଧିତ୍ୱ କରି ସାରିଛନ୍ତି। ତେଣୁ ଏଥର ବି ତାଙ୍କୁ ବିଶେଷ ଅସୁବିଧା ହେବନି ବୋଲି ସେ ନିଶ୍ଚିତ ଅଛନ୍ତି।

ବିଜେପି ଏଠାରୁ ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ମଇଦାନଙ୍କୁ ଓହ୍ଲାଇଥିବା ବେଳେ ସେ ପ୍ରସନ୍ନଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବେ ବୋଲି କୁହାଯାଉଛି। ଏପଟେ କଂଗ୍ରେସ ନୂଆ ଚେହେରା ପ୍ରଦୀପ ଦେବତାଙ୍କୁ ପ୍ରାର୍ଥୀ କରିବା ସହ ଦୁଇ ଭେଟେରାନଙ୍କୁ ଚକ୍‌ମା ଦେବା ଚକ୍କରରେ ରହିଛି। ରାହୁଲ ଗାନ୍ଧୀଙ୍କ ଋଣଛାଡ଼ ଅଫର ଦଳ ପାଇଁ ଟ୍ରମ୍ପ କାର୍ଡ ହେବ ବୋଲି ପ୍ରଦୀପ କହିଛନ୍ତି।

ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ରେ ରହିଛି ଅନେକ ସମସ୍ୟା। ତେବେ ଏଠିକାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ହେଉଛି ଚାଷ ଓ ଚାଷୀ ପ୍ରସଙ୍ଗ। ଧାନ ବିକ୍ରି ହେଉ କି ଜଳସେଚନ। ସମସ୍ୟା ଘେରରେ ଥିବା ଚାଷୀ ଏଥର କି ନିଷ୍ପତ୍ତି ନେବେ ଏବେ ତା’ ଉପରେ ନଜର ରହିଛି । ନବୀନ ସରକାରର ଜନହିତକର କାର୍ଯ୍ୟକ୍ରମକୁ ପୁଞ୍ଜି କରି ପ୍ରସନ୍ନ ଭୋଟ ମାଗୁଥିବା ବେଳେ ଦେଶବ୍ୟାପୀ ମୋଦି ଲହର ଓ ପରିବର୍ତ୍ତନର ସ୍ୱର ଦଳକୁ ଜୟଯୁକ୍ତ କରିବ ବୋଲି  ବିଜେପି ଆଶା ରଖିଛି। ଅନ୍ୟପକ୍ଷରେ ଚାଷୀଙ୍କ ଓ ଗରିବଙ୍କ ଲାଗି ଦଳୀୟ ଇସ୍ତାହାରରେ ଥିବା ବ୍ୟବସ୍ଥା ନିର୍ଣ୍ଣାୟକ ହେବ ବୋଲି କଂଗ୍ରେସ କହିଛି।

ତ୍ରିମୁଖୀ ଲଢେଇ ଭିତରେ କାହାର ହେଉଛି ଜିତାପଟ୍। କେଉଁ ଦଳର ପ୍ରତିଶ୍ରୁତି ଭୋଟରଙ୍କ ମନ ଜିଣିବାରେ ସଫଳ ହେଉଛି ତାହା ମେ’ ୨୩ରେ ଭୋଟ୍ ପେଡି ଖୋଲିବା ପରେ ହିଁ ସ୍ପଷ୍ଟ ହେବ।



from Odisha Reporter http://bit.ly/2UCOUWQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages