ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ଥାନା ଭଙ୍ଗାରୁଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ଥାନା ଭଙ୍ଗାରୁଜା

ସମ୍ବଲପୁର( ସଂଜୟ ଜେନା) : ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରରେ ଲଙ୍କାକାଣ୍ଡ। ସମ୍ବଲପୁର କତରବଗା ଥାନା ପରିସରରେ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଥାନା ପରିସରରେ ଆସବାସପତ୍ର ଭଙ୍ଗାରୁଜା ମଧ୍ୟ କରିଛନ୍ତି।

ଉଲ୍ଲେଖନୀୟ ଯେ, ଗତକାଲି ରାତିରେ କତରବଗା ଗାଁରେ ପ୍ରଶାନ୍ତ ଧୁରୁଆ ନାମକ ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଆଜି ଶବ ବ୍ୟବଛେଦ ହୋଇ ଫେରିବା ପରେ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଗାଡ଼ି ମାଲିକଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଥିଲେ ଗ୍ରାମବାସୀ ।

ମିଳିଥିବା ସୂଚନା ଅନୁସାରେ, ଘଟଣାସ୍ଥଳରେ ଏସ୍‌ପି ଓ ଉପଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ଗାଁରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଘଟଣା ସଂପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter http://bit.ly/2PbgCUL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages