‘ବିଜେପି ସରକାରକୁ ଆସିଲେ ଏସଏଚଜି ମହିଳାମାନଙ୍କ ଋଣ ଛାଡ଼ ହେବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

‘ବିଜେପି ସରକାରକୁ ଆସିଲେ ଏସଏଚଜି ମହିଳାମାନଙ୍କ ଋଣ ଛାଡ଼ ହେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡିଶାରେ ବିଜେପି ସରକାରକୁ ଆସିଲେ ଏସଏସଜି ମହିଳାମାନଙ୍କ ଋଣ ଛାଡ଼ କରାଯିବା ସହ ବିନା ସୁଧରେ ଋଣ ଦିଆଯିବ ବୋଲି ସୁନ୍ଦରଗଡ଼, ବଣାଇ, ତଳସରା, ରାଜଗାଙ୍ଗପୁର ଓ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ରବିବାର ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବଜାରରେ ଚାଉଳର ମୂଲ୍ୟ ୩୨ ଟଙ୍କାରୁ ମୋଦି ଦିଲ୍ଲୀରୁ ୨୯ ଟଙ୍କା ଦେଉଛନ୍ତି, ନବୀନ ବାବୁ ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀମାନେ ୧ ଟଙ୍କା ଦେଉଛନ୍ତି। ନବୀନ ବାବୁ ପରଘର ତିଅଣରେ ଅତିଥି ସକ୍ରାର କରିବାରେ ପାରଙ୍ଗମ। ମୁଖ୍ୟମନ୍ତ୍ରୀ ଟଙ୍କିକିଆ ଚାଉଳର ମିଛ ନାଁ ନେଉଛନ୍ତି। ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଏ ଡାଲି ଓ ଲୁଣ ମିଳିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ସରକାର ଆସିଲେ ସୁନ୍ଦରଗଡ ଅଞ୍ଚଳର ବିସ୍ଥାପନ ସମସ୍ୟାକୁ ସମାଧାନ କରାଯିବ, ଜିଲ୍ଲାର ବିକାଶ ପାଇଁ ମୋଦି ଦେଇଥିବା ଡିଏମ୍ଏଫ୍ ପାଣ୍ଠିକୁ ଖର୍ଚ୍ଚ କରାଯିବ। ସେହିପରି ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା ଦେବା ସହ ପକ୍କା ଘର ନିର୍ମାଣ କରାଯିବ, ପେସା ଆଇନକୁ କଡ଼ାକଡ଼ି ପାଳନ କରାଯିବ, ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ଦିଆଯିବ, ଯୁବକଙ୍କୁ ରୋଜଗାର ଓ ସ୍ୱରୋଜଗାର ଦିଆଯିବ, ୧୫ ବର୍ଷରୁ କମ ବୟସର ଝିଅ ମାନଙ୍କ ପ୍ରତି ଅତ୍ୟାଚାର କରୁଥିବା ଲୋକଙ୍କୁ ଫାଶି ଦଣ୍ଡ ଦିଆଯିବ, ୧ ଲକ୍ଷ କୋଟି ଟଙ୍କା ଜଳସେଚନ ପାଇଁ ଖର୍ଚ୍ଚ କରାଯିବ, ୧ ଲକ୍ଷ କୋଟି ଟଙ୍କାରେ ଓଡିଶାର ଗ୍ରାମାଂଚଳର ବିକାଶ କରାଯିବ, ଚାଷୀଙ୍କୁ ବିନା ସୁଧରେ ଋଣ ମିଳିବ, +୨ ପାସ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ, ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ମୋଟ ୫୦ ହଜାର ଟଙ୍କାର ବ୍ୟବସ୍ଥା କରାଯିବ।

୬୦ ବର୍ଷ ପରେ ଶ୍ରମିକ ମାନଙ୍କୁ ୩ ହଜାର ଟଙ୍କାର ପେନସନ ଦିଆଯିବାର ବ୍ୟବସ୍ଥା କରାଯିବ, ଅଙ୍ଗନବାଡି କର୍ମୀଙ୍କୁ ମାସିକ ୧୫ ହଜାର ଟଙ୍କା ଓ ସହାୟିକାଙ୍କ ଦରମା ମାସିକ ୯ ହଜାର ଟଙ୍କା ଦିଆଯିବ, ବ୍ଲକଗ୍ରାଣ୍ଟ, ପାରାଟିଚର, ଶିକ୍ଷା ସହାୟକଙ୍କୁ ସରକାରୀ ଶିକ୍ଷକରେ ପରିଣତ କରାଯାଇ ସ୍ଥାୟୀ ଦରମା ଦିଆଯିବ, ସବୁ ସରକାରୀ ପଦବୀକୁ ଆଗାମୀ ୨ ବର୍ଷ ମଧ୍ୟରେ ପୂରଣ କରାଯିବ, ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ଆଧାରରେ ଗୋଟିଏ ଜିଲ୍ଲାରୁ ଗୋଟିଏ ଉତ୍ପାଦିତ ଜିନିଷ ବାହାର କରାଯିବ, ସବୁ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରାଯିବ, ଚିଟଫଣ୍ଡ ଓ ଖଣି ଚୋରଙ୍କୁ ଜେଲ ପଠାଯିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏ ଅଞ୍ଚଳରେ ବର୍ଷ ବର୍ଷ ଧରି ବିସ୍ଥାପିତ ଲୋକମାନେ ଅଛନ୍ତି। ସୁପ୍ରିମକୋର୍ଟରୁ କେସ୍ ଜିତିବା ପରେ ଅପାରଗ ନବୀନ ବାବୁ ସୁପ୍ରିମକୋର୍ଟର ନିଷ୍ପତ୍ତିକୁ କୋଇଲା କମ୍ପାନୀ ଉପରେ ଲଦିପାରୁ ନାହାନ୍ତି। କାରଣ ଏଠାକାର ଜନପ୍ରତିନିଧିମାନେ କୋଇଲା କମ୍ପାନୀ ପାଖରେ ମୁଣ୍ଡ ବିକ୍ରି କରିଛନ୍ତି। ତେବେ ଗରିବ ଲୋକଙ୍କ କଥା କିଏ ବୁଝିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଓଡିଶା ପାଇଁ କଣ କଲେ ତାହାର ହିସାବ ଦେଉନାହାନ୍ତି। ଅନ୍ୟପଟେ ମୋଦି ୫ ବର୍ଷର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିବା ପରେ ସୁନ୍ଦରଗଡ଼ ଜିଲ୍ଲା ଭଳି ଖଣି ଖାଦାନ ଅଞ୍ଚଳରେ ପ୍ରଥମ ଥର ଓଡ଼ିଶାର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ)ର ବ୍ୟବସ୍ଥା କଲେ। ଓଡିଶାରେ ବିଗତ ୪ ବର୍ଷରେ ସାଢେ ୬ ହଜାର କୋଟି ଟଙ୍କା ଡିଏମ୍ଏଫରେ ଥିବା ବେଳେ ଏହି ପଇସାକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଚାବିକାଠି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯ ବର୍ଷ ହେବ ଅଛି । ଲମ୍ବା ସମୟର ଶାସନ ପରେ ମଧ୍ୟ ମା’ଭଉଣୀଙ୍କ ପାଇଁ ପିଇବାକୁ ପାଣି ମୁନ୍ଦେ ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ୨୪ ଘଣ୍ଟା ବିଜୁଳି ନାହିଁ, ରୋଜଗାର ଉପଲବ୍ଧ ନାହିଁ, ପେସା ଆଇନରେ ସବୁ ଆଦିବାସୀଙ୍କୁ ଜମି ଅଧିକାର ମିଳିନାହିଁ, ଓଡିଆ ଯୁବକଙ୍କୁ ରୋଜଗାର ନଦେଇ ନବୀନ ବାବୁ ଖଣି ମାଫିଆଙ୍କୁ ରୋଜଗାର ଦେଇଛନ୍ତିା

ମୋଦି ୧୮ ଘଣ୍ଟା ପରିଶ୍ରମ କରୁଥିବା ବେଳେ ନବୀନ ବାବୁ ୧୦ ପାହୁଣ୍ଡ ଚାଲିପାରୁନାହାନ୍ତି କହି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି। ପ୍ରଭାକରନ ଓ ପାଣ୍ଡିଆନ ମିଶି ଓଡିଆ ଲୋକଙ୍କୁ ନଣ୍ଡା କରିବା ପାଇଁ ବସିଛନ୍ତି। ଓଡିଆ ଲୋକଙ୍କୁ ବୋକା ବନାଇ ଟଙ୍କା ଲୁଟ କରିବା ସେମାନେ ଭାବୁଛନ୍ତି । ସେମାନେ ଓଡିଆ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବାକୁ ଆସିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତ।

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ବୋଲି ନବୀନ ପଟ୍ଟନାୟକ ପ୍ରଶ୍ନ ପଚାରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଥିପାଇଁ ଚିନ୍ତା କାହିଁକି? ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ, ପ୍ରଭାକରନ୍ । ସାଢ଼େ ୪ କୋଟି ଓଡ଼ିଆ ଲୋକ ବିଜେପିର ମୁଖ୍ୟମନ୍ତ୍ରୀ। ରାହୁଲ ଗାନ୍ଧି , ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପରି ନବୀନ ବାବୁ ଦେଶରେ ଅସ୍ଥିର ସରକାର ଚାହୁଁଛନ୍ତି। ବିଜେପି ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ।



from Odisha Reporter http://bit.ly/2V0tNx5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages