
କଲମ୍ବୋ: ଶ୍ରୀଲଙ୍କାରେ ଗତକାଲି ଘଟିଥିବା ଭୟଙ୍କର ସିରିଜ୍ ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ ଚାଲିଥିବା ବେଳେ ଆଜି ପୁଣି ଭୟଙ୍କର ବିସ୍ଫୋରଣ ହୋଇଛି। ଗତକାଲି ଯେଉଁ ସେଣ୍ଟ ଆଣ୍ଟୋନୀ ଚର୍ଚ୍ଚ ମଧ୍ୟରେ ବିସ୍ଫୋରଣ ହୋଇଥିଲା ଆଜି ଏହାର ବାହାରେ ଛିଡ଼ା ହୋଇଥିବା ଏକ ଭ୍ୟାନ୍ରେ ବିସ୍ଫୋରଣ ହୋଇଛି। ଏଯାଏ କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ କିନ୍ତୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
ଗତକାଲିର ସିରିଜ ବିସ୍ଫୋରଣ ପରଠାରୁ ଚର୍ଚ୍ଚ ବାହାରେ ଏକ ଭ୍ୟାନ୍ ଛିଡ଼ା ହୋଇଥିଲା। ଏହାକୁ ଦେଖି ଲୋକମାନେ ଆଜି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ବୋମା ନିଷ୍କ୍ରିୟ ସ୍କ୍ୱାଡ୍ ସହ ତୁରନ୍ତ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ୍ କରିଥିଲା। ଏହି ସମୟରେ ଭ୍ୟାନ୍ରେ ୩ଟି ଜୀବନ୍ତ ବୋମା ଥିବା ଜଣାପଡ଼ିଥିଲା। ଏହାକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ସମଗ୍ର ଅଞ୍ଚଳ ଧୁଆଁ ମୟ ହେବା ସହ ଗାଡ଼ିରେ ନିଆଁ ଲାଗିଯାଇଥିଲା। କିନ୍ତୁ କ୍ଷୟକ୍ଷତି ସମ୍ପର୍କରେ ଏ ଯାଏ ଜଣାପଡ଼ିନାହିଁ।
from Odisha Reporter http://bit.ly/2IyOvOW
No comments:
Post a Comment