ଭୋଟର ଲିଷ୍ଟରେ ନାହିଁ ଆପୋଲୋର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଭୋଟର ଲିଷ୍ଟରେ ନାହିଁ ଆପୋଲୋର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷଙ୍କ ନାଁ

ହାଇଦ୍ରାବାଦ୍‌: ଭୋଟ୍‌ର ଲିଷ୍ଟରେ କେମିତି ତ୍ରୁଟି ହୋଇଥାଏ, ତା’ର ଏକ ଜ୍ୱଳନ୍ତ ଉଦାହରଣ ଆଜି ସାମ୍ନାକୁ ଆସିଛି। ଆଜି ତେଲେଙ୍ଗାନା ଲୋକସଭା ଆସନ ପାଇଁ ଭୋଟ୍‌ ହୋଇଥିଲେ ହେଁ ଭୋଟର ଲିଷ୍ଟରେ ଆପୋଲୋ ହସ୍ପିଟାଲ୍‌ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଭାଇସ୍‌ ଚେୟାରମ୍ୟାନ୍‌ ଶୋବନା କାମିନେନିଙ୍କ ନାଁ ନାହିଁ। ଏକଥାକୁ ଖୋଦ୍‌ ଶୋବନା କହିବା ସହ ଭାରତୀୟ ନାଗରିକ ଭାବେ ଆଜିର ଦିନ ତାଙ୍କ ପାଇଁ ସବୁଠାରୁ ଖରାପ ଦିନ ବୋଲି କହିଛନ୍ତି।

ଶୋବନା ପୂର୍ବରୁ ସିଆଇଆଇ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଆପୋଲୋ ଗ୍ରୁପ୍‌ର ପ୍ରତିଷ୍ଠାତାଙ୍କ ଝିଅ।

ଏକ ଭିଡିଓ ବାର୍ତ୍ତାରେ ଶୋବନା କହିଛନ୍ତି, “ମୁଁ ବିଦେଶରେ ଥିଲି। କିନ୍ତୁ ଭୋଟ୍‌ ପାଇଁ ଭାରତ ଆସିଥିଲି। ଆଜି ଭୋଟ୍‌ ଦେବାକୁ ବୁଥ୍‌ରେ ପହଞ୍ଚିଥିଲେ ହେଁ ମୋ ନାଁକୁ ଭୋଟର ଲିଷ୍ଟରୁ କାଟି ଦିଆଯାଇଛି।

କ’ଣ ମୁଁ ଭାରତୀୟ ନାଗରିକ ନୁହେଁ? କ’ଣ ଭୋଟ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ? ଏହା ଭାରତୀୟ ନାଗରିକ ହିସବାରେ ମୋ ବିରୋଧରେ ଅନ୍ୟାୟ କରାଯାଇଛି। ଏହା ଏକ ଅପରାଧ। ଏହାକୁ ମୁଁ କେବେ ହେଲେ ଗ୍ରହଣ କରିବି ନାହିଁ।

ଗତ ତେଲେଙ୍ଗାନା ବିଧାନସଭାରେ ମୁଁ ଭୋଟ୍‌ ଦେଇଥିଲି। ଏଥର ଲୋକସଭା ନିର୍ବାଚନରେ ମଧ୍ୟ ମୁଁ ଭୋଟ୍‌ ଦେବାର ଥିଲା। ଏଥିପାଇଁ ମୁଁ ମୋର ବୁଥରେ ପହଞ୍ଚିଥିଲି। କିନ୍ତୁ ସେଠାରେ ଭୋଟର ଲିଷ୍ଟରେ ମୋ ନାଁ ନଥିବା ଜାଣିବାକୁ ପାଇଛି।”



from Odisha Reporter http://bit.ly/2GgRskE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages