ବୁଝାସୁଝା ପରେ ଭୋଟ୍‌ ଦେଲେ ମୁଣ୍ଡାଗୁଡ଼ା ଗାଁ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ବୁଝାସୁଝା ପରେ ଭୋଟ୍‌ ଦେଲେ ମୁଣ୍ଡାଗୁଡ଼ା ଗାଁ ଲୋକେ

ଜୟପୁର(ଟି.ଗୌରିଶଙ୍କର): ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି କୋରାପୁଟ ବ୍ଲକ ମୁଣ୍ଡାଗୁଡ଼ା ଓ ଜେଟେରୀ ଗାଁ। ଯେଉଁଥିପାଇଁ ଆଜି ଉକ୍ତ ଦୁଇ ଗାଁ ଲୋକେ ଭୋଟ୍‌ ବର୍ଜନ କରିଛନ୍ତି। ସକାଳୁ ଭୋଟ୍‌ ଆରମ୍ଭ ହୋଇଥିଲେ ମଧ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ କେହି ଭୋଟ ଦେଇନଥିଲେ। ତେବେ କୋରାପୁଟ ବିଡିଓ ବୁଝାସୁଝା କରିବା ପରେ ମୁଣ୍ଡାଗୁଡ଼ା ଗାଁ ଲୋକେ ଭୋଟ ଦେଇଛନ୍ତି। ହେଲେ ଜେଟେରୀ ଗାଁ ଲୋକ ଭୋଟ ଦେଇନାହାନ୍ତି।

ମୁଣ୍ଡାଗୁଡ଼ା ଓ ଜେଟେରୀ ଗାଁକୁ ଯିବା ପାଇଁ ରାସ୍ତା ନାହିଁ। ଯାହାଫଳରେ ଲୋକେ ଯିବା ଆସିବା ବେଳେ ବହୁ ଅସୁବିଧାରେ ପଡ଼ୁଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ସାମଗ୍ରୀ ପାଇଁ ଗାଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇପାରୁନାହାନ୍ତି। ସେହିପରି ଗାଁରେ ପାନୀୟ ଜଳ ସୁବିଧା ନାହିଁ। ଗାଁ ଲୋକ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ନକହିବା ଭଲ।

ଏ ନେଇ ଗାଁ ଲୋକେ ବାରମ୍ୱର ଉପଜିଲ୍ଲାପାଳ, ବିଡିଓ ଓ ସ୍ଥାନୀୟ ନେତାଙ୍କ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ସେମାନଙ୍କଠାରୁ ମିଥ୍ୟା ପ୍ରତିଶ୍ରୁତି ମିଳୁଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ସେମାନେ ଆଜି ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜି ସକାଳ ୭ଟାରେ ମୁଣ୍ଡାଗୁଡ଼ା ଗାଁରେ ମତଦାନ ଆରମ୍ଭ ହୋଇଥିଲା। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗାଁ ଲୋକେ ଭୋଟ ଦେଇନଥିଲେ। ଏ ସମ୍ପର୍କରେ ଖବର ପାଇ କୋରାପୁଟ ବିଡିଓ ଉକ୍ତ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଶେଷରେ ଅପରାହ୍ନ ୨ଟା ମୁଣ୍ଡାଗୁଡ଼ା ଗାଁ ଲୋକେ ମତଦାନ ସାବ୍ୟସ୍ତ କରିଥିବା ବେଳେ ଜେରେଟି ଗାଁ ଲୋକେ ଏବେ ସୁଦ୍ଧା ଭୋଟ ଦେଇନାହାନ୍ତି।



from Odisha Reporter http://bit.ly/2IqJEOQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages