
ନୂଆଦିଲ୍ଲୀ: ଭାରତୀୟ ସେନା ଶକ୍ତିଶାଳୀ ହେବା ଦିଗରେ ଆଉ ପାଦେ ଆଗେଇଛି। ଆକାଶ ମାର୍ଗରୁ କ୍ଷେପଣାସ୍ତ୍ର ମାଡ଼ କରିପାରୁ ଥିବା ଅତ୍ୟାଧୁନିକ ରୋମିଓ ହେଲିକପ୍ଟର ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଆମେରିକା ୨୪ଟି ଏମ୍ଏଚ୍ ରୋମିଓ ସି-ହକ୍ ହେଲିକପ୍ଟର ଭାରତକୁ ଦେବାକୁ ଚୁକ୍ତି କରିଛି। ଏହି ୨୪ଟି ହେଲିକପ୍ଟରର ମୂଲ୍ୟ ୨.୪ ବିଲିୟନ ଡଲାର। ସମୁଦ୍ରର ଗଭୀରତାରେ ଥିବା ବୁଡ଼ାଜାହଜ ଠାବ କରିବାରେ ଭାରତ ସବୁବେଳେ ଅସୁବିଧାର ସମ୍ମୁଖୀନ ହେଉଥିଲା। ତେବେ ଏହି ହେଲିକପ୍ଟର ଜରିଆରେ ଭାରତ ବୁଡ଼ାଜାହଜଗୁଡ଼ିକୁ ଠାବ କରିବା ସହ ତାକୁ କ୍ଷେପଣାସ୍ତ୍ର ଜରିଆରେ ଧ୍ୱଂସ ମଧ୍ୟ କରିପାରିବ।
ଆମେରିକାର ଲକହିଡ ମାର୍ଟିନ୍ ନିର୍ମାଣ କରିଥିବା ଏହି ହେଲିକପ୍ଟର ଜରିଆରେ ସର୍ଚ୍ଚ ଅପରେସନ ମଧ୍ୟ କରାଯାଇପାରିବ।
ଆମେରିକା କହିଛି ଯେ ୨୪ଟି ଏମଏଚ୍-୬୦ଆର ମଲଟି ମିସନ ହେଲିକପ୍ଟର ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବ। ଏହା ଉଭୟ ସ୍ଥଳ ଏବଂ ଜଳ ଭାଗରେ କ୍ଷେପଣାସ୍ତ୍ର ମାଡ଼ କରି ଶତ୍ରୁପକ୍ଷଙ୍କୁ ମାତ ଦେଇପାରିବ। ଭାରତ ଓ ଆମେରିକା ସମ୍ପର୍କକୁ ଅଧିକ ସଶକ୍ତ କରିବାକୁ ଏଭଳି ଡିଲ୍ କରାଯାଇଛି। ଚାଇନା ଏବେ ଭାରତୀୟ ମହାସାଗରରେ ଦିନକୁ ନିଜର ଉପସ୍ଥିତି ଜାହାରି କରୁଛି। ସେହିପରି ପାକିସ୍ତାନ ମଧ୍ୟ ଜଳପଥରେ ଆତଙ୍କୀ ଆକ୍ରମଣ କରିବାକୁ ମସୁଧା କରୁଛି। ଏହାକୁ ଦୃଷ୍ଟିରେ ରଖି ରୋମିଓ ହେଲିକପ୍ଟର ଭାରତ ଆଣିଥିବା କୁହାଯାଉଛି।
ଏଭଳି ହେଲିକପ୍ଟର ବର୍ତ୍ତମାନ ଆମେରିକା ନୌସେନା ପାଖରେ ମହଜୁଦ ରହିଛି। ଏଥିରେ ବୁଡ଼ାଜାହାଜ ଏବଂ ଆକାଶମାର୍ଗରେ ଥିବା ଶତ୍ରୁ ପକ୍ଷର ଯେକୌଣସି ବିମାନକୁ ଧ୍ୱଂସ କରିଦେବାର କ୍ଷେପଣାସ୍ତ୍ର ସଂଯୋଗ କରାଯାଇପାରିବ। ଏଥିସହ ଏଥିରେ ସର୍ଭେଲାନ୍ସ ସିଷ୍ଟମ ରହିଛି। ସର୍ଚ୍ଚ ଅପରେସନ ଏବଂ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଏଥିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରିବ।
from Odisha Reporter https://ift.tt/2CTdgAL
No comments:
Post a Comment