
ନୂଆଦିଲ୍ଲୀ: ମଙ୍ଗଳବାର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୭ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ଗୋଟିଏ ପଟେ ରାଜସ୍ଥାନ ଚଳିତ ଲିଗରେ ପ୍ରଥମ ବିଜୟ ହାସଲ କରିଥିବା ବେଳେ ଅନ୍ୟପଟେ ଆରସିବିର ଏହା କ୍ରମାଗତ ଚତୁର୍ଥ ପରାଜୟ।
ଲଗାତାର ପରାଜୟରେ ଆରସିବି ଅଧିନାୟକ ବିରାଟ କୋହଲି ନିରାଶ ହୋଇଛନ୍ତି। ମ୍ୟାଚ୍ ପରେ କୋହଲି କହିଥିଲେ, ଆଜି ଆମେ ଭଲ ପ୍ରଦର୍ଶନ କରିଥିଲୁ, କିନ୍ତୁ ଆମକୁ ବ୍ୟାଟରେ ଆହୁରି ୧୫-୨୦ ରନ୍ କରିବାକୁ ଥିଲା।
ମୁଁ ଭାବିଥିଲି ୧୬୦ ସ୍କୋର ଚ୍ୟାଲେଞ୍ଜିଂ ହେବ, କିନ୍ତୁ ପରେ ଗ୍ରାଉଣ୍ଡରେ କାକର ପଡ଼ିଥିଲା ଏବଂ ଏହି କାରଣରୁ ସ୍କୋର ବୋର୍ଡରେ ଅତିରିକ୍ତ ୧୫ ରନ୍ ହୋଇଥିଲେ ପ୍ରତିପକ୍ଷ ଦଳ ପାଇଁ ମ୍ୟାଚ୍ ଜିତିବା କଷ୍ଟକର ହୋଇଥାନ୍ତା। ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରେ ଲୟ ହାସଲ କରିବା ବହୁତ ଜରୁରୀ। ଯେତେବେଳେ କୌଣସି ଟିମ୍ ପାଖରେ ଲୟ ନଥିବ, ସେତେବେଳେ ଏଭଳି ପରାଜୟଧାରା ଲମ୍ବିବାରେ ଲାଗିଥାଏ।
ଏହାଛଡ଼ା ଟିମକୁ ଭଲ ଶୁଭାରମ୍ଭ ନମିଳିବା ଅତ୍ୟନ୍ତ ନୈରାଶ୍ୟଜନକ। କିନ୍ତୁ ଆମେ ଏବେବି ହାର୍ ମାନି ନାହୁଁ। ପରବର୍ତ୍ତୀ ମ୍ୟାଚରେ ଆମେ ଦୃଢ଼ ଆତ୍ମବିଶ୍ୱାସର ସହ ମଇଦାନକୁ ଓହ୍ଲାଇବୁ। ଚଳିତ ସଂସ୍କରଣରେ ଆମ ପାଇଁ ବଡ଼ ସମସ୍ୟା ହେଉଛି ଟିମ୍ ଚୟନ। ଆମେ ଏପର୍ଯ୍ୟନ୍ତ ସଠିକ୍ ଏକାଦଶ ଚୟନ କରିପାରିଲୁ ନାହିଁ। ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ ବୋଲି କୋହଲି କହିଛନ୍ତି।
from Odisha Reporter https://ift.tt/2VbpOuq
No comments:
Post a Comment