ଜେଲ୍‌ ଯିବେ ପ୍ରୀତି ଜିଣ୍ଟାଙ୍କ ପୂର୍ବତନ ପ୍ରେମିକ ନେସ୍‌ ୱାଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଜେଲ୍‌ ଯିବେ ପ୍ରୀତି ଜିଣ୍ଟାଙ୍କ ପୂର୍ବତନ ପ୍ରେମିକ ନେସ୍‌ ୱାଡିଆ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ବ୍ୟବସାୟୀ ତଥା ୱାଡିଆ ଗ୍ରୁପ୍‌ର ଦାୟାଦ ନେସ୍‌ ୱାଡିଆ ଜାପାନ୍‌ରେ ଡ୍ରଗ୍ସ ସହିତ ଧରାହେବା ପରେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜାପନ୍‌ରେ ନେସ୍‌ ୨୫ ଗ୍ରାମ୍‌ର ‘କାନାବିସ୍‌ ରେଜିନ୍‌’ ସହିତ ଧରା ପଡ଼ିଥିଲେ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ସେ ଗତ ମାର୍ଚ୍ଚ ମାସରେ ଗିରଫ ହୋଇଥିଲେ। ତାଙ୍କ କମ୍ପାନୀ ପକ୍ଷରୁ ମଧ୍ୟ ଏହା ନିଶ୍ଚିତ କରାଯାଇଛି।

ୱାଡିଆ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି, ଯଦିଓ ଜାପାନ୍‌ର ଏକ ଅଦାଲତ ତାଙ୍କୁ ୨ ବର୍ଷର ଜେଲ୍‌ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଦଣ୍ଡ ଖାରଜ କରାଯାଇଥିଲା। ୱାଡିଆ ଗ୍ରୁପ୍‌ର ମୁଖପାତ୍ର କହିବା ଅନୁଯାୟୀ, ଏହି ଘଟଣା ନେସ୍‌ କମ୍ପାନୀର ଦାୟିତ୍ୱ ନିଭାଇବାରେ କିଛି ମଧ୍ୟ ପ୍ରଭାବ ପକାବ ନାହିଁ। ସେ ଗ୍ରୁପ୍‌ ଭିତରେ ଏବଂ ବାହାରେ ନିଜ ଦାୟିତ୍ୱ ତୁଲାଇ ପାରିବେ।

ନେସ୍‌ ପ୍ରସିଦ୍ଧ ବ୍ୟବସାୟୀ ନୁସଲି ୱାଡିଆଙ୍କ ବ୍ୟବସାୟ ସାମ୍ରାଜ୍ୟର ଉତ୍ତରାଧିକାରୀ। ଜାପାନୀ ଦ୍ୱୀପ ହୋକ୍କାଇଡ୍ଡୋର ଚିଟୋଜ୍‌ ବିମାନ ବନ୍ଦରରେ ଡ୍ରଗ୍ସ ସହିତ ଧରାପଡ଼ିଥିଲେ, ଯାହାକି ବ୍ୟକ୍ତିଗତ ସେବନ ଉଦ୍ଦିଷ୍ଟ ନଥିଲା।

ସୂଚନାଯୋଗ୍ୟ ଯେ, ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପୂର୍ବତନ ପ୍ରେମିକ ଏବଂ କିଙ୍ଗ୍‌ ଇଲେଭେନ୍‌ ପଞ୍ଜାବର ମାଲିକ ଭାବରେ ବେଶ୍‌ ଚର୍ଚ୍ଚିତ ନେସ୍‌ ୱାଡିଆ। ପ୍ରୀତି ୨୦୧୪ ମସିହାରେ ୱାଡିଆଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଥିଲେ ଏବଂ ପରେ ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ।



from Odisha Reporter http://bit.ly/2DG9b3l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages