କଂଗ୍ରେସ ଠାରୁ ସମର୍ଥନ ପ୍ରତ୍ୟାହାର କରିବ ବିଏସ୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

କଂଗ୍ରେସ ଠାରୁ ସମର୍ଥନ ପ୍ରତ୍ୟାହାର କରିବ ବିଏସ୍‌ପି

ଭୋପାଲ୍‌: ମାୟାବତୀଙ୍କ ବିଏସ୍‌ପି ସମର୍ଥନରେ ମଧ୍ୟପ୍ରଦେଶରେ ସରକାର ଗଠନ କରିଥିବା କଂଗ୍ରେସ ଏବେ ଅଡ଼ୁଆରେ ପଡ଼ିଛି। ମଧ୍ୟପ୍ରଦେଶ ସରକାରଙ୍କୁ ସମର୍ଥନ କରୁଥିବା ବିଏସ୍‌ପି ଏବେ ନିଜର ସମର୍ଥନ ପ୍ରତ୍ୟାହାର କରି ନେବ ବୋଲି ଧମକ ଦେଇଛି।

ମଧ୍ୟପ୍ରଦେଶର ଗୁନା ଆସନରୁ ସମାଜବାଦୀ ପାର୍ଟି ଓ ବିଏସପି ମିଳିତ ଭାବେ ଲୋକେନ୍ଦ୍ର ସିଂହ ରାଜପୁତଙ୍କୁ ପ୍ରାର୍ଥୀ କରିଥିଲେ। ତେବେ ସେ ସୋମବାର ଦଳ ଛାଡ଼ି କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ କରିଛନ୍ତି। ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଫଟୋରେ ଶ୍ରୀ ରାଜପୁତ ବେକରେ ଫୁଲମାଳ ପକାଇ ସିନ୍ଧିଆଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି।

ଏହି ଘଟଣା ପରେ ମାୟାବତୀ କହିଛନ୍ତି,“ କଂଗ୍ରେସ ଓ ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେମାନେ କେବଳ ସରକାରୀ କଳର ଅପବ୍ୟବହାର କରିବା ଜାଣିଛନ୍ତି। କଂଗ୍ରେସ ସରକାରୀ କଳର ବ୍ୟବହାର କରି ଏମିତି କିଛି କଲା ଯେ ବିଏସ୍‌ପି ପ୍ରାର୍ଥୀ ହେବେ ଦଳ ଛାଡ଼ିଦେଲେ। ତେବେ ଏଥିରେ ବିଏସ୍‌ପି ଡରିବ ନାହିଁ। ଏବେ ବିଏସ୍‌ପି ଉକ୍ତ ସ୍ଥାନରେ ନୂଆ ପ୍ରାର୍ଥୀ ଦେବ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ସମର୍ଥନ କରିବା ବିଷୟରେ ପୁନଃ ସମୀକ୍ଷା କରିବ।”

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୧୩ଟି ଆସନରେ ଜିତିଥିବା ବେଳେ ବିଜେପି ୧୦୯ଟି ଆସନ ପାଇଥିଲା। ତେବେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୧୬ ଦରକାର ହେବାରୁ ବିଏସ୍‌ପି, ସପା ଏବଂ ୪ ଜଣ ସ୍ୱାଧୀନ ବିଧାୟକ କଂଗ୍ରେସକୁ ସମର୍ଥନ କରିଥିଲେ। ଫଳରେ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ଆସନ ସଂଖ୍ୟା ୧୨୦ରେ ପହଞ୍ଚିଥିଲା।

ଗୁନା ଆସନ ପାଇଁ ଆସନ୍ତା ୧୨ ତାରିଖରେ ଭୋଟ ହେବ।



from Odisha Reporter http://bit.ly/2WdMOJS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages