
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭାର ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ବିରୋଧରେ ତେଜିବାରେ ଲାଗିଛି ଦଳୀୟ କର୍ମୀଙ୍କ ଅସନ୍ତୋଷ। ତାଙ୍କର ଟିକେଟ କାଟିବାକୁ ଦାବି କରି ଶତାଧିକ ବିଜେଡି କର୍ମୀ ଆଜି ନବୀନ ନିବାସ ଆଗରେ ପହଞ୍ଚି ହୋହଲ୍ଲା କରିଛନ୍ତି। ଏମାନେ ସମସ୍ତେ ରାଜନଗର ଏବଂ ପଟ୍ଟାମୁଣ୍ଡାଇ ଅଞ୍ଚଳର।
ସେମାନଙ୍କ ଅଭିଯୋଗ ହେଲା, ମାର୍କଫେଡ ଧାନକିଣା ଦୁର୍ନୀତିରେ ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ସଂପୃକ୍ତ ରହିଛି। ତେଣୁ ତାଙ୍କ ବଦଳରେ ଅନ୍ୟ କାହାକୁ ପ୍ରାର୍ଥୀ କରାଯାଉ। ବିଜେଡି କର୍ମୀ ଦେବାଶିଷ୍ ପାତ୍ରଙ୍କ କହିବା ଅନୁଯାୟୀ, ସେ ବିଭିନ୍ନ ଦୁର୍ନୀତିରେ ସଂଶ୍ଲିଷ୍ଠ। ମାର୍କଫେଡ ଧାନ ଦୁର୍ନୀତିଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ ପର୍ଯ୍ୟନ୍ତ ଏବଂ ମାଫିଆମାନଙ୍କ ସହିତ ତାଙ୍କର ସମ୍ପୃକ୍ତି ରହିଛି। ତେଣୁ ତାଙ୍କ ଟିକେଟକୁ ପୁନର୍ବିଚାର କରାଯାଉ। ଅନ୍ୟ ଜଣେ ବିଜେଡି କର୍ମୀ ସଞ୍ଜୀବ ନାୟକଙ୍କ କହିବା ଅନୁଯାୟୀ ନବୀନ ବାବୁ ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ସେ ସମ୍ପୂର୍ଣ୍ଣ ଭାବେ ଦୁର୍ନୀତିଗ୍ରସ୍ତ ଓ ଅସାମାଜିକ କାର୍ଯ୍ୟ ସହିତ ସମ୍ପୃକ୍ତ।
ତେଣୁ ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ପରିବର୍ତ୍ତନ କରାଯାଉ ବୋଲି ସେ ଦାବି କରିଛନ୍ତି। ନଚେତ ଦଳ ବହୁ କ୍ଷତି ସହିବ। ଜିତିବାର ସମ୍ଭାବନା ନାହିଁ। ୭୦ଭାଗ ବିଜୁ ଜନତା ଦଳ ତାଙ୍କୁ ଚାହୁଁନାହାନ୍ତି। ପୂର୍ବରୁ ରାଜନଗର ବିଧାନସଭାର ବିଜେଡି ପ୍ରାର୍ଥୀ ଧୃବ ସାହୁ କହିଥିଲେ ଯେ, ଗଣତନ୍ତ୍ରରେ ଏଭଳି ବିରୋଧ ହୁଏ ସେ ସମସ୍ତଙ୍କୁ ନେଇ କାମ କରିବେ।
from Odisha Reporter http://bit.ly/2Ielyqj
No comments:
Post a Comment