
ଦୁବାଇ: ଇଂଲଣ୍ଡ ଓ ୱେଲ୍ସରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ପାକିସ୍ତାନ ୨୩ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା କରିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସବୁ ସମ୍ଭାବ୍ୟ ଖେଳାଳିଙ୍କୁ ଫିଟନେସ୍ ଟେଷ୍ଟରେ ସାମିଲ୍ ହେବାକୁ ପଡ଼ିବ।
ଫିଟନେସ୍ ଟେଷ୍ଟ ଏପ୍ରିଲ ୧୫ ଓ ୧୬ ତାରିଖରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଆୟୋଜିତ ହେବ। ଏହା ପରେ ୧୫ଜଣିଆ ଖେଳାଳିଙ୍କ ନାମ ଘୋଷଣା କରାଯିବ। ଏହି ସମ୍ଭାବ୍ୟ ତାଲିକାରେ ୱହାବ ରିଆଜ, ଉମର ଅକମଲ ଓ ଅହମ୍ମଦ ଶେହଜାଦଙ୍କୁ ସ୍ଥାନ ମିଳିନାହିଁ।
୩୩ ବର୍ଷୀୟ ରିଆଜ ୨୦୧୫ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ବର୍ତ୍ତମାନ ଭଲ ଫର୍ମରେ ନଥିବାରୁ ତାଙ୍କୁ ବାଦ୍ ଦିଆଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟ ଟିମ୍ ଆସନ୍ତା ୨୩ ତାରିଖରେ ଇଂଲଣ୍ଡ ଅଭିମୁଖେ ଗସ୍ତ କରିବ। ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ସେଠାରେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ଖେଳିବ।
ଏହାଛଡ଼ା ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଟିମ୍ ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷ ୱାର୍ମଅପ୍ ମ୍ୟାଚ୍ ଖେଳିବ। ତେବେ ବିଶ୍ୱକପରେ ଟିମ୍ ତା’ର ପ୍ରଥମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମେ’ ୩୧ ତାରିଖରେ ଖେଳିବ।
ପାକିସ୍ତାନ ସମ୍ଭାବ୍ୟ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆବିଦ୍ ଅଲୀ, ଆସିଫ୍ ଅଲୀ, ଫହୀମ୍ ଅସରଫ୍, ଫକର ଜମାନ୍, ହାରିସ୍ ସୋହେଲ୍, ହାସାନ୍ ଅଲୀ, ଇମାଦ ୱାସିମ, ଇମାମ-ଉଲ-ହକ୍, ଜୁନେଦ୍ ଖାନ୍, ମହମ୍ମଦ ଆବାସ, ମହମ୍ମଦ ଆମୀର, ମହମ୍ମଦ ହଫିଜ୍, ମହମ୍ମନ ହସନେନ୍, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ୍, ଶାଦାବ ଖାନ୍, ଶାହୀନ ଶାହ ଆଫ୍ରିଦି, ଶାନ୍ ମସୁଦ୍, ଶୋହେବ୍ ମଲିକ୍, ଉସାମନ୍ ଶିନୱାରୀ, ୟାସିର୍ ଶାହ।
from Odisha Reporter http://bit.ly/2G3BwlW
No comments:
Post a Comment