
ସୋର (ଶଶୀକାନ୍ତ ବେହେରା): ପ୍ରତିବର୍ଷ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ପରିବହନ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ମିଳିତ ଭାବେ ଏହି ସଚେତନତାଅଭିଯାନ ଚଳାଇଛି। ଏହା ସତ୍ତ୍ୱେ ଆଜି ଘଟିଥିବା ଏକ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଭୁଲ୍ ନୀତି ପାଇଁ ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି।
ପୂରା ଘଟଣା ଏମିତି। ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ସୋର ଥାନା ତଳନଗର ଛକ ପାଖରେ ଗତକାଲିଠାରୁ ମରାମତି କାମ ଚାଲିଛି। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ନିଜ ନିଜର ଗାଡ଼ିକୁ ରାସ୍ତା ଉପରେ ଛିଡ଼ା କରି କାମ କରୁଛନ୍ତି। ଯେଉଁଥିପାଇଁ ଭଦ୍ରକ ଅଭିମୁଖେ ଆସୁଥିବା ଦୁଇ ଜଣ ଯୁବକଙ୍କ ବାଇକ ଭାରସାମ୍ୟ ହରାଇ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା।
ସୋର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2G1t3j4
No comments:
Post a Comment