
ସୁନ୍ଦରଗଡ଼ (ସତ୍ୟାନନ୍ଦ ମହାନ୍ତି): ଇଭିଏମ୍ରେ ତ୍ରୁଟି ଯୋଗୁ ସୁନ୍ଦରଗଡ଼ର ଏକ ବୁଥ୍ରେ ଭୋଟ ଗ୍ରହଣ ବନ୍ଦ ରହିଛି। ଇଭିଏମ୍ ମରାମତି ପରେ ପୁନର୍ବାର ମତଦାନ କରାଯାଇଥିଲା। ଏହା ପରେ ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ଅନ୍ୟ ପ୍ରାର୍ଥୀଙ୍କ ପାଖକୁ ଯାଉଥିବା ଦେଖି ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ରିଟର୍ଣ୍ଣିଂ ଅଫିସର ବୁଥ୍ରେ ପହଞ୍ଚି ମତଦାନ ବନ୍ଦ କରିଥିଲେ। ଏଠାରେ ପୁନଃ ମତଦାନ ପାଇଁ କରିବାକୁ ECIଙ୍କୁ ଚିଠି ଲେଖିଛନ୍ତି ରିଟର୍ଣ୍ଣିଂ ଅଫିସର।
ଆଜି ସକାଳେ ରାଉରକେଲାର ରଙ୍ଗାଢିପା ୨୧୩ ନଂ ବୁଥ୍ରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଥିଲା। ପରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଭୋଟ ଗ୍ରହଣର କିଛି ସମୟ ପରେ ପୁଣି ତ୍ରୁଟି ଦେଖା ଦେଇଥିଲା। ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନକୁ ଯାଉଥିବା ଅଭିଯୋଗ କରିଥିଲେ ଭୋଟର। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଘଟଣାସ୍ଥଳରେ ରିଟର୍ଣ୍ଣିଂ ଅଫିସର ପହଞ୍ଚି ଭୋଟ ବନ୍ଦ କରିଥିଲେ। ଏନେଇ ଏଠାରେ ପୁନଃ ମତଦାନ ପାଇଁ ସେ ECIଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।
ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ଚାଲିଛି। ଆଜି ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୩% ମତଦାନ ହୋଇଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।
କନ୍ଧମାଳରେ ୨୪ ପ୍ରତିଶତ, ବରଗଡ଼ରେ ୩୪ପ୍ରତିଶତ, ଆସିକାରେ ୩୫ ପ୍ରତିଶତ, ସୁନ୍ଦରଗଡ଼ରେ ୩୦ ପ୍ରତିଶତ ଓ ବଲାଙ୍ଗିରରେ ୨୮ ପ୍ରତିଶତ ଭୋଟିଂ ହୋଇଛି।
from Odisha Reporter http://bit.ly/2IHtuAz
No comments:
Post a Comment