୩ ଜୈଶ ଆତଙ୍କୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

୩ ଜୈଶ ଆତଙ୍କୀ ଗିରଫ

ଶ୍ରୀନଗର: କଶ୍ମୀରରେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପ ସହ ଶୁକ୍ରବାର ଶ୍ରୀନଗର ପୁଲିସ୍‌ ପୋଷ୍ଟ ଉପରେ ହମ୍‌ଲା କରିଥିବା ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀଙ୍କୁ ଆଜି ପୁଲିସ୍‌ ଗିରଫ କରିଛି। ଏହି ଆତଙ୍କୀମାନେ ଶୁକ୍ରବାର ଚାନାପୋରା ପୁଲିସ୍‌ ଷ୍ଟେସନ୍‌ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲେ। ଗିରଫ ୩ ଜୈଶ ଆତଙ୍କୀ ହେଲେ ମୁସ୍ତାକ, ଜୁନେଦ ଓ ଲତିଫ। ଏହି ୩ ଆତଙ୍କୀ ପୁଲିସ୍ ଷ୍ଟେସନ୍ ଉପରେ ଆକ୍ରମଣ କରି ସୁରକ୍ଷାକର୍ମୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।

ଆତଙ୍କୀ ଆକ୍ରମଣରେ ଜଣେ ଏସ୍‌ଏସ୍‌ପି ଆହତ ହୋଇଥିଲେ। ସେ ଏବେ ବି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।  ଗିରଫ ଆତଙ୍କବାଦୀଙ୍କ ଠାରୁ ଏକ ମୋଟର ସାଇକେଲ ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣାପଡ଼ିଛି। ଏମାନେ ସିଧାସଳଖ ପାକିସ୍ତାନର ଜୈଶ କ୍ୟାମ୍ପ ସହ ଯୋଗାଯୋଗ କରୁଥିଲେ।



from Odisha Reporter http://bit.ly/2vsnW5a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages