ଭୋଟ୍‌ ଗଣୁ ଗଣୁ ଚାଲିଗଲା ୨୭୦ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଭୋଟ୍‌ ଗଣୁ ଗଣୁ ଚାଲିଗଲା ୨୭୦ ଜୀବନ

ଜାକର୍ତ୍ତା: ୨୬ କୋଟି ବ୍ୟାଲଟ୍‌ ପେପର ଗଣତି, ତା’ପୁଣି ହାତରେ ଏବଂ ଗୋଟିଏ ଦିନରେ। ଇଣ୍ଡୋନେସିଆ ସରକାରଙ୍କ ଏଭଳି ନିଷ୍ପତ୍ତି ପାଇଁ ପ୍ରାଣ ହରାଇଛନ୍ତି ୨୭୦ ନିର୍ବାଚନରେ ନିୟୋଜିତ କର୍ମଚାରୀ। ଇଣ୍ଡୋନେସିଆରେ ଗୋଟିଏ ଦିନରେ ହିଁ ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହାର ୧୦ ଦିନ ପରେ ହାତରେ ଭୋଟ ଗଣୁଥିଲେ ନିର୍ବାଚନ ଅଧିକାରୀ। ଘଣ୍ଟା ଘଣ୍ଟା ଧରି ଏହି କାମ କରିବାର କ୍ଲାନ୍ତିଜନିତ ଅସୁସ୍ଥତା କାରଣରୁ ସେମାନେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଖର୍ଚ୍ଚ କାଟ୍‌ କରିବା ପାଇଁ ଏଭଳି ଗୋଟିଏ ଦିନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତ ଏପ୍ରିଲ ୧୭ ତାରିଖରେ ପ୍ରଥମ ଥର ପାଇଁ ଏହି ଦେଶରେ ୨୬ କୋଟି ମତଦାତାଙ୍କ ପାଇଁ ଭୋଟ୍‌ଗ୍ରହଣ କରାଯାଇଥିଲା। ଏଥିରେ ଉଭୟ ଜାତୀୟ ଏବଂ ଆଞ୍ଚଳିକ ସଂସଦ ପାଇଁ ଭୋଟ୍‌ଗ୍ରହଣ ହୋଇଥିଲା।

ଶାନ୍ତିପୂର୍ଣ୍ଣ ଭାବରେ ଭୋଟିଂ ସରିଥିଲା ଏବଂ ମୋଟ ଭୋଟରଙ୍କର ୮୦% ଅର୍ଥାତ ୧୯.୩ କୋଟି ଭୋଟ୍‌ ଦେଇଥିଲେ। ୮ ଲକ୍ଷ ବୁଥ୍‌ରେ ଜଣକା ୫ଟି ବ୍ୟାଲଟ୍‌ ପେପରରେ ଭୋଟ୍‌ ଦେଇଥିଲେ। ତେବେ ସେମାନଙ୍କ ଭୋଟ୍‌ ଗଣିବାକୁ ଯାଇ ୨୭୨ ନିର୍ବାଚନ କର୍ମଚାରୀ ପ୍ରାଣ ହରାଥିବାବେଳେ ୧୮୭୮ ଜଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି।

ଇଣ୍ଡୋନେସିଆ ସାଧାରଣ ନିର୍ବାଚନ କମିଶନ୍‌ଙ୍କ ମୁଖପାତ୍ର ଆରିଫ୍‌ ପ୍ରିୟୋ ସୁଶାନ୍ତୋଙ୍କ କହିବା ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏକ ସର୍କୁଲାର ଜାରି କରି ନିର୍ବାଚନ କର୍ମଚାରୀଙ୍କ ଚିକିତ୍ସା ପାଇଁ ସମସ୍ତ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତୁତି କରୁଛନ୍ତି।

ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପ୍ରଚାର କମିଟି ଉପାଧ୍ୟକ୍ଷ ପ୍ରବୋଓ ସୁବିୟାଣ୍ଟୋ କହିଛନ୍ତି, ସାଧାରଣ ନିର୍ବାଚନ କମିଶନ କର୍ମଚାରୀଙ୍କ କାର୍ଯ୍ୟଭାରକୁ ସଠିକ୍‌ ଆକଳନ କରିପାରି ନାହାନ୍ତି। ଜଲଦି ଗଣତି ସାରିବାର ଚାପ ଯୋଗୁ ଏତେ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଜାଲିଆତି କରି ବର୍ତ୍ତମାନର ରାଷ୍ଟ୍ରପତି ଜୋକୋ ୱିଡୋଡୋ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ଏପରିକି କିଛି କର୍ମଚାରୀ ମଧ୍ୟ ୱିଡୋଡୋଙ୍କ ସପକ୍ଷରେ ବ୍ୟାଲଟ୍‌ ପଞ୍ଚ କରିଥିବା ସେ ଅଭିଯୋଗ ଆଣିଛନ୍ତି ୱିଡୋଡୋଙ୍କ ସୁରକ୍ଷା ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।



from Odisha Reporter http://bit.ly/2PB2xA1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages