ମୁମ୍ବାଇକୁ ବିଶାଳ ୨୩୩ ରନର୍‌ ଟାର୍ଗେଟ ଦେଲା କେକେଆର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ମୁମ୍ବାଇକୁ ବିଶାଳ ୨୩୩ ରନର୍‌ ଟାର୍ଗେଟ ଦେଲା କେକେଆର୍‌

କୋଲକାତା: ଶୁଭମନ ଗିଲ, କ୍ରିସ୍‌ ଲୀନ୍‌ ଓ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ କୋଲକାତା ନାଇଡ୍‌ ରାଇଡର୍ସ(କେକେଆର୍‌) ‘କର ବା ମର’ ମ୍ୟାଚ୍‌ରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୨ ୱିକେଟ୍‌ ହରାଇ ୨୩୨ ରନ୍‌ କରିଛି। ଫଳରେ ପ୍ଲେ-ଅଫ୍‌ ଠାରୁ ଗୋଟିଏ ପାଦ ଦୂରରେ ଥିବା ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ଜିତିବା ପାଇଁ ବିଶାଳ ୨୩୩ ରନ୍‌ର ଟାର୍ଗେଟ ମିଳିଛି। କେକେଆର ପକ୍ଷରୁ ଗିଲ ୭୬ ରନ୍‌ କରିଥିବା ବେଳେ ଲୀନ୍‌ ୫୪ ଓ ରସେଲ୍‌ ୪୦ଟି ବଲ୍‌ରେ ଅପରାଜିତ ୮୦ ରନ୍‌ର ଇନିଂସ୍‌ ଖେଳିଛନ୍ତି।

ଆଜି ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ କେକେଆରର ଦୁଇ ଓପନର ଗିଲ ଓ ଲୀନ୍‌ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ମୁମ୍ବାଇର ବୋଲରଙ୍କୁ କଡ଼ା ପ୍ରହାର କରି ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍‌ ଓ ଲୀନ୍‌ ପ୍ରଥମ ୱିକେଟ୍‌ ପାଇଁ ୯୬ ରନ୍‌ର ଭାଗିଦାରୀ କରି କେକେଆରର ସ୍ଥିତି ମଜଭୂତ କରିଥିଲେ। ତେବେ ୨୯ ବଲ୍‌ରେ ୫୪ ରନ୍‌ କରିଥିବା ଲୀନ୍‌ଙ୍କୁ ରାହୁଲ ଚହର ଆଉଟ୍‌ କରି ମୁମ୍ବାଇକୁ ପ୍ରଥମ ସଫଳତା ଦେଇଥିଲେ।

ପ୍ରମୋସନ ପାଇ ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରସେଲ ମଧ୍ୟ କାହାକୁ ନିରାଶ କରି ନଥିଲେ। ସେ ଗିଲ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୫୮ ରନ୍‌ରେ ପହଞ୍ଚାଇଥିଲେ। ଏହି ସମୟରେ ୪୫ଟି ବଲ୍‌ରେ ୭୬ ରନ୍‌ କରିଥିବା ଗିଲ୍‌ଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ କରି କେକେଆରକୁ କବ୍ୟାକ୍‌ଫୁଟ୍‌କୁ ଠେଲିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ରସେଲ ମୁମ୍ବାଇର ଏହି ଯୋଜନାରେ ପାଣି ପକାଇ ଦେଇଥିଲେ। ସେ ଲଗାତର ଚୌକା ଓ ଛକା ମାରି ଦଳୀୟ ସ୍କୋରକୁ ୨୦୦ ପାର କରାଇବା ସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ବିଶେଷ କରି ଶେଷ ଓଭର୍‌ ବୋଲିଂ କରୁଥିବା ଲସିଥ ମାଲିଙ୍ଗାକୁ ରସେଲ ୨ଟି ଛକା ଓ ୨ଟି ଚୌକା ମାରିଥିଲେ। ସେ ଶେଷ ପର୍ଯ୍ୟନ୍ତ ୪୦ଟି ବଲ୍‌ରେ ୮୦ ରନ୍ କରି ଅପରାଜିତ ରହିଥିଲେ। ତାଙ୍କୁ ଏହି ଇନିଂସରେ ଦୀନେଶ କାର୍ତ୍ତିକ(୧୫) ଭରପୂର ସହଯୋଗ କରିଥିଲେ।

ମୁମ୍ବାଇ ପକ୍ଷରୁ ଚହର ଓ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।



from Odisha Reporter http://bit.ly/2UZgGNw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages