
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ତିଆରି ହୋଇଥିବା ବଲିଉଡ୍ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ର ରିଲିଜ୍କୁ ନେଇ ସସପେନ୍ସ ଜାରି ରହିଛି। ଫିଲ୍ମଟି ଆସନ୍ତାକାଲି ରିଲିଜ୍ ହେବ ନାହିଁ ବୋଲି ଏହାର ପ୍ରଯୋଜକ ଏବଂ ନିର୍ଦ୍ଦେଶକ କହିଛନ୍ତି।
ଅନ୍ୟପକ୍ଷରେ ନିର୍ବାଚନ ସରିବା ପର୍ଯ୍ୟନ୍ତ ଫିଲ୍ମ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଆଜି ଗ୍ରହଣ କରାଯାଇଛି। ଆସନ୍ତା ୮ ତାରିଖରେ ସୁପ୍ରିମକୋର୍ଟ ଏହାର ଚୂଡ଼ାନ୍ତ ଫଇସଲା କରିବେ। ଅର୍ଥାତ ୮ ତାରିଖ ପୂର୍ବରୁ ଏହା ରିଲିଜ୍ ହେବନାହିଁ। କେତେକ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ୧୨ ତାରିଖରେ ରିଲିଜ୍ ହେବ।
ଫିଲ୍ମରେ ମୋଦିଙ୍କ ପ୍ରଶଂସା ଏବଂ ଭୋଟରଙ୍କୁ ନିର୍ବାଚନରେ ବିଜେପି ପ୍ରତି ଆକୃଷ୍ଟ କରିବା ଭଳି ତଥ୍ୟ ରହିଥିବା ଅଭିଯୋଗ କରି କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଆଇନ୍ର ଆଶ୍ରୟ ନେଇଛନ୍ତି। ଏଭଳି ଫିଲ୍ମ ରିଲିଜ୍ ହେଲେ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ହେବ ବୋଲି ସେମାନେ କହିଛନ୍ତି। ଆଜି ଫିଲ୍ମ ଉପରେ ରୋକ ଲଗାଇବା ପାଇଁ କଂଗ୍ରେସ ନେତା ତଥା ବରିଷ୍ଠ ଆଇନ୍ଜୀବୀ ଅଭିଷେକ ମନୁ ସିଙ୍ଘଭୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ଏସ୍ଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଗ୍ରହଣ କରିବା ସହ ଆସନ୍ତା ୮ରେ ଆବେଦନର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।
ପୂର୍ବରୁ ଏହି ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନ ବମ୍ବେ ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ଖାରଜ ହୋଇଯାଇଥିଲା। ନିର୍ବାଚନ କମିଶନ ମଧ୍ୟ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି।
from Odisha Reporter https://ift.tt/2Vndrvs
No comments:
Post a Comment